ETV Bharat / bharat

ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଜୀବନ ବୀମା ଘୋଷଣା କଲେ ସରକାର - ସ୍ବାସ୍ଥ୍ୟକର୍ମଚାରୀଙ୍କ ପାଇଁ ଜୀବନ ବୀମା

କୋରୋନା ରୋଗୀଙ୍କ ଚିକିତ୍ସା କରି ନିଜ ଜୀବନ ହାରୁଛନ୍ତି ସ୍ବାସ୍ଥ୍ୟକର୍ମଚାରୀଙ୍କୁ ସରକାରଙ୍କ ସହାୟତା । ମଙ୍ଗଳବାର କେନ୍ଦ୍ର ସରକାର ସ୍ବାସ୍ଥ୍ୟକର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜର ଘୋଷଣା କରିଛନ୍ତି ।

COVID-19
ସ୍ବାସ୍ଥ୍ୟକର୍ମଚାରୀଙ୍କ ପାଇଁ ଜୀବନ ବୀମା
author img

By

Published : Apr 8, 2020, 3:24 PM IST

Updated : Apr 9, 2020, 9:48 AM IST

ନୂଆଦିଲ୍ଲୀ: କୋରୋନା ରୋଗୀଙ୍କ ଚିକିତ୍ସା କରି ନିଜ ଜୀବନ ହାରୁଛନ୍ତି ସ୍ବାସ୍ଥ୍ୟକର୍ମଚାରୀଙ୍କୁ ସରକାରଙ୍କ ସହାୟତା । ମଙ୍ଗଳବାର କେନ୍ଦ୍ର ସରକାର ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ବୀମା ଯୋଜନା ଅଧିନରେ ସେମାନଙ୍କୁ ସାହାଯ୍ୟ ପ୍ରଦାନ କରାଯିବ ।

ଏହି ଯୋଜନା ଅଧିନରେ ପ୍ରାୟ 22.12 ଲକ୍ଷ ସ୍ବାସ୍ଥ୍ୟ କର୍ମଚାରୀ ସାମିଲ ଅଛନ୍ତି । ସେମାନଙ୍କୁ ପ୍ରାୟ 50 ଲକ୍ଷ ଟଙ୍କା ବୀମା ରାଶି ଯୋଗାଇ ଦିଆଯିବ । ଏଥିରେ ପ୍ରାଇଭେଟ ହସ୍ପିଟାଲର କର୍ମଚାରୀ, ଭଲ୍ୟୁଣ୍ଟର, କଣ୍ଟ୍ରାକ୍ଚୁଆଲ ୱାର୍କର, ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ଯେଉଁ ସ୍ବାସ୍ଥ୍ୟ କର୍ମଚାରୀଙ୍କ କୋଭିଡ-19ରେ ମୃତ୍ୟୁ ହେବ କିମ୍ବା କୋଭିଡ-19 ସମ୍ପର୍କିତ କିଛି ମାମଲାରେ ମୃତ୍ୟୁ ହେଲେ ତାଙ୍କ ପରିବାରଙ୍କୁ ଏହି ବୀମା ରାଶି ପ୍ରଦାନ କରାଯିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଯୋଜନାର କାର୍ଯ୍ୟକାଳ କେବଳ 90 ଦିନ । ମାର୍ଚ୍ଚ 30ରୁ ଏହା ଆରମ୍ଭ ହୋଇଛି । ଏହି ଯୋଜନାରେ କୌଣସି ବୟସ ସୀମା ନାହିଁ । ଏହି ବୀମା ରାଶି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯିବ । ଏହି ବୀମା ରାଶି ପାଇବା ପାଇଁ ମୃତକଙ୍କ ପରିବାରଙ୍କୁ ଆବଶ୍ୟକ ପ୍ରମାଣ ପତ୍ର ଦେବାକୁ ପଡିବ । ନୋମିନିଙ୍କ ପରିଚୟ, ଦସ୍ତଖତ ଫର୍ମ, କୋଭିଡ-19 ପଜିଟିଭ୍ ପରୀକ୍ଷା କରିଥିବା ଲାବ୍ରୋଟାରୀ ରିପୋର୍ଟ, ମୃତ୍ୟୁ ପ୍ରମାଣପତ୍ର ଆଦି ସାମିଲ ଅଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି । ତେବେ କୋଭିଡ-19 ସମ୍ବନ୍ଧୀୟ ଡ୍ୟୁଟି ଯୋଗୁଁ ଆକସ୍ମିକ ଜୀବନ ହାନୀ ହେଲେ ଲାବ୍ରୋଟୋରୀ ରିପୋର୍ଟ ଆବଶ୍ୟକ ନାହିଁ ।

Last Updated : Apr 9, 2020, 9:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.