ଶ୍ରୀନଗର: ରୋଗୀଙ୍କୁ ମିଳୁନି ଆମ୍ବୁଲାନ୍ସ। ବିନା ଦୋଷରେ ଚାଲିଯାଉଛି ଜୀବନ । ଆଉ ଟଙ୍କା ନଦେଲେ ଆମ୍ବୁଲାନ୍ସ ଚାଳକ ଅଧା ବାଟରେ ଛାଡି ଦେଉଛି ରୋଗୀ । ହେଲେ ଜମ୍ମୁ କାଶ୍ମୀରରେ ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସରକାରୀ ଆମ୍ବୁଲାନ୍ସରେ ବୁହାଯାଉଛି କୁକୁଡା ।
କିଛି ବ୍ୟବସାୟୀ କୁକୁଡା ବ୍ୟବସାୟ ପାଇଁ ବ୍ୟବହାର କରୁଛନ୍ତି ସରକାରୀ ଆମ୍ବୁଲାନ୍ସ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି । କାରଣ ଏବେ ରୋଗୀଙ୍କ ମୃତଦେହ ନେବାକୁ ଅମଙ୍ଗ ଥିବା ଆମ୍ବୁଲାନ୍ସ କୁକୁଡା ବ୍ୟବସୀୟଙ୍କୁ ସାହାଯ୍ୟ କରୁଛି । ଏଭଳି ଅମାନବୀୟ ଘଟଣାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଆମ୍ବୁଲାନ୍ସ ରୋଗୀ ସେବା ପାଇଁ ହିଁ ସରକାରୀ ଡାକ୍ତରଖାନାରେ ରହିଥାଏ । ହେଲେ କିଛି ଟଙ୍କା ପାଇଁ ଆମ୍ବୁଲାନ୍ସ ଚାଳକ ଏତେ ତଳକୁ ଖସିଯାଉଛନ୍ତି ଯେ, ରୋଗୀ ସେବା ପରିବର୍ତ୍ତେ କୁକୁଡା ପରିବହନ କରିବା ପାଇଁ ପଛାଉନାହାଁନ୍ତି ।