ETV Bharat / bharat

ପିପିଇ କିଟ୍ ରପ୍ତାନୀକୁ କେନ୍ଦ୍ର ସରକାରଙ୍କ ଅନୁମତି - ପିପିଇ

କୋରୋନା ମହାମାରୀ ମଧ୍ୟରେ ଦେଶ ଆତ୍ମନିର୍ଭରଶୀଳ ହେବା ପାଇଁ ଉଦ୍ୟମ କରୁଥିବା ବେଳେ ସୋମବାର କେନ୍ଦ୍ର ସରକାର ପିପିଇ ମେଡିକାଲ କଭରାଲକୁ ରପ୍ତାନି ପାଇଁ ଅନୁମତି ଦେଇଛନ୍ତି ।

ppe kit
ପିପିଇ କିଟ୍ ରପ୍ତାନୀକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ
author img

By

Published : Jun 29, 2020, 5:16 PM IST

ନୂଆଦିଲ୍ଲୀ: ପିପିଇ ମେଡିକାଲ କଭରାଲକୁ ରପ୍ତାନି ପାଇଁ ସୋମବାର କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । କୋରୋନା ମହାମାରୀ ମଧ୍ୟରେ ଦେଶ ଆତ୍ମନିର୍ଭରଶୀଳ ହେବା ପାଇଁ ଉଦ୍ୟମ କରୁଥିବା ବେଳେ ସୋମବାର କେନ୍ଦ୍ର ସରକାର ପିପିଇ ମେଡିକାଲ କଭରାଲକୁ ରପ୍ତାନି ପାଇଁ ଅନୁମତି ଦେଇଛନ୍ତି ।

ଅଧିକାରୀ ବିଜ୍ଞପ୍ତି ଅନୁଯାୟୀ, ବାଣିଜ୍ୟିକ ବିଜ୍ଞପ୍ତିରେ ପୃଥକ ଭାବରେ ପ୍ରଦାନ କରାଯିବାକୁ ଥିବା ମାନଦଣ୍ଡ ଅନୁଯାୟୀ ଯୋଗ୍ୟ ଆବେଦନକାରୀଙ୍କୁ ରପ୍ତାନି ଲାଇସେନ୍ସ ପ୍ରଦାନ ପାଇଁ ମାସିକ 50 ଲକ୍ଷ ପିପିଇ ମେଡିକାଲ କଭର ଦିଆଯିବା ନେଇ ସ୍ଥିର କରାଯାଇଛି।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଦେଶବାସୀଙ୍କୁ କହିଛନ୍ତି ଯେ, ଭାରତର କେବଳ କୋରୋନା ଯୁଦ୍ଧରେ ଜିତିବା ନୁହେଁ ବରଂ ବିଶ୍ୱସ୍ତରୀୟ ନେତା ଭାବରେ ଉଭା ହୋଇ ଠିଆ ହେବାର ସାମର୍ଥ୍ୟ ରହିଛି।

ତେବେ ଦେଶରେ ଯେତେବେଳେ କୋରୋନା କାୟା ଆରମ୍ଭ କରିଥିଲା ସେତେବେଳେ ଦେଶରେ ପିପିଇ କିଟ୍ ର ଘରୋଇ ଉତ୍ପାଦନ ନଥିଲା । କିନ୍ତୁ ବର୍ତ୍ତମାନ ଯଥେଷ୍ଟ ପରିମାଣର ପିପିଇ କିଟ୍ ଘରୋଇ ଉତ୍ପାଦନ ହେବା ସହ ବାହାରକୁ ରପ୍ତାନୀ କରିବାର ଦେଶର ସାମର୍ଥ୍ୟ ରହିଛି ।

ଆନ୍ତର୍ଜାତୀୟ ଏମଏସଏମଇ ଦିବସ ଅବସରରେ ଏକ ୱେବିନିନାରକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଆମେରିକା, କାନାଡା, ସଂଯୁକ୍ତ ଆରବ ଏବଂ ୟୁରୋପୀୟ ଦେଶରୁ ଉତ୍ପାଦକମାନେ ପିପିଏ କିଟ୍ ପାଇଁ ଅର୍ଡର ଦେଉଛନ୍ତି।

ଆପିଏରେଲ ଏକ୍ସପର୍ଟ ପ୍ରମୋସନ କାଉନସିଲ(ଏଇପିସି) ଅନୁଯାୟୀ, ପିପିଇ କିଟ୍ ପାଇଁ ବିଶ୍ବ ବଜାରର ଆକାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 60 ବିଲିୟନ ଡଲାରରୁ ଅଧିକ ହେବ।

ବେସରକାରୀ ଖେଳାଳିଙ୍କ ସହଯୋଗରେ ପିପିଇ କିଟ୍ ଉତ୍ପାଦନ ପାଇଁ ମୋଦି ସରକାର ଭାରତର କ୍ଷମତାକୁ ବୃଦ୍ଧି କରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଦେଶ ବର୍ତ୍ତମାନ ଦିନକୁ 6 ଲକ୍ଷ ପିପିଇ କିଟ୍ ଉତ୍ପାଦନ କରୁଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.