ETV Bharat / bharat

କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା ଘଟଣା, କେନ୍ଦ୍ରକୁ ରିପୋର୍ଟ ଦେବେ ରାଜ୍ୟପାଳ

author img

By

Published : Sep 10, 2020, 1:19 PM IST

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ କାର୍ଯ୍ୟାଳୟ ଭାଙ୍ଗିବା ମାମଲା ଧିରେ ଧରି ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶାରୀ ସକ୍ରିୟ ହୋଇଛନ୍ତି ।

କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା ଘଟଣା
କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା ଘଟଣା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ କାର୍ଯ୍ୟାଳୟ ଭାଙ୍ଗିବା ମାମଲା ଧିରେ ଧରି ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶାରୀ ସକ୍ରିୟ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଖ୍ୟ ଉପଦେଷ୍ଟା ଅଜୟ ମେହେତାଙ୍କ ସହ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରିବା ସହ କେନ୍ଦ୍ରକୁ ଏକ ରିପୋର୍ଟ ଦେବେ ।

ପ୍ରକାଶଥାଉକି, ବିଏମସି ଦ୍ବାରା କାର୍ଯ୍ୟାଳୟ ଭାଙ୍ଗିବା ପରେ କଙ୍ଗନା ରଣାୱତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । କଙ୍ଗନା କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ଗୁରୁବାର ଅପରାହ୍ନ ପ୍ରାୟ 3 ଟା ସମୟରେ ବମ୍ବେ ହାଇକୋର୍ଟରେ ଶୁଣାଣି ହେବ। ଏହି ସମୟରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଅଫିସରେ ପହଞ୍ଚିଥିଲେ ଓ କଙ୍ଗନାଙ୍କ କାର୍ଯ୍ୟାଳୟ ବାହାରେ ବହୁ ସଂଖ୍ୟକ ପୋଲିସଙ୍କୁ ମଧ୍ୟ ମୁତୟନ କରାଯାଇଛି।

ଏହି ସମୟରେ କଙ୍ଗନା ରଣାୱତ ଶିବସେନାର ମରାଠୀ କାର୍ଡକୁ ନେଇ ଟ୍ବିଟ କରି ପ୍ରତିକ୍ରିୟା ଦେଇଛନ୍ତି। କଙ୍ଗନା ରଣାୱତ ଲେଖିଛନ୍ତି ଯେ ମହାରାଷ୍ଟ୍ର ସରକାରଙ୍କ ଦ୍ବାରା କରାଯାଇଥିବା ଗଣ୍ଡଗୋଳକୁ ଲୋକେ ନିନ୍ଦା କରୁଛନ୍ତି। ଏହାପୂର୍ବରୁ କଙ୍ଗନା କହିଥିଲେ, ‘ଆଜି ମୋ ଘର ଭାଙ୍ଗିଛି, ଆସନ୍ତାକାଲି ଉଦ୍ଧବ ଠାକରେ ଗର୍ବ ଭାଙ୍ଗିବ। ଏହା ହେଉଛି ସମୟର ଚକ, ଏହା ସର୍ବଦା ସମାନ ରୁହେ ନାହିଁ ’ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.