ETV Bharat / bharat

'କୋରୋନା ସଙ୍କଟ ସମୟରେ ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ କରାନଯାଉ' - ମହାରାଷ୍ଟ୍ରରେ ସରକାର

ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ । ସେ କହିଛନ୍ତି ଯେ, ରାଜ୍ୟରେ କୋରୋନାର ସ୍ଥିତି ସଙ୍କଟଜନକ ରହିଛି । ଏମିତି ଚିନ୍ତାଜନକ ପରିସ୍ଥିତିରେ ମହାରାଷ୍ଟ୍ରରେ ବର୍ତ୍ତମାନ ସରକାର ପରିବର୍ତ୍ତନ ହେଉ ବୋଲି ଆମେ ଚାହୁଁନାହୁଁ ।

'Government should not be changed in Maharashtra during Corona crisis'
'କୋରୋନା ସଙ୍କଟ ସମୟରେ ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ କରାନଯାଉ'
author img

By

Published : May 26, 2020, 7:01 PM IST

ମହାରାଷ୍ଟ୍ର: କୋରୋନା ସଙ୍କଟ ସମୟରେ ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ସେ କହିଛନ୍ତି ଯେ, ରାଜ୍ୟରେ କୋରୋନାର ସ୍ଥିତି ସଙ୍କଟଜନକ ରହିଛି । ଏମିତି ଚିନ୍ତାଜନକ ପରିସ୍ଥିତିରେ ମହାରାଷ୍ଟ୍ରରେ ବର୍ତ୍ତମାନ ସରକାର ପରିବର୍ତ୍ତନ ହେଉ ବୋଲି ଆମେ ଚାହୁଁନାହୁଁ ।

'Government should not be changed in Maharashtra during Corona crisis'
'କୋରୋନା ସଙ୍କଟ ସମୟରେ ମହାରାଷ୍ଟ୍ରରେ ସରକାର ପରିବର୍ତ୍ତନ କରାନଯାଉ'

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ କୋରୋନା ଭାଇରସ ବିରୋଧରେ ଲଢେଇ କରୁଛୁ ଏବଂ ଆମେ ଚାହୁଁଛୁ ସରକାରଙ୍କ ଉପରେ ମଧ୍ୟ ଏହା ସହ ଲଢେଇ କରିବାକୁ ଚାପ ପକାଯାଉ ।

ଫଡନାଭିସ କହିଛନ୍ତି କି, ରାଜ୍ୟ ସରକାର ଏବେ ବି କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଆର୍ଥିକ ସହାୟତାର ବ୍ୟବହାର କରୁଛନ୍ତି । ମୁଁ ଏପର୍ଯ୍ୟନ୍ତ ବି ବୁଝିପାରୁନାହିଁ କି ସରକାରଙ୍କ ପ୍ରଥମ ପ୍ରାଥମିକତା କ’ଣ ରହିଛି । ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ନେତୃତ୍ୱ ଆବଶ୍ୟକ କରୁଛି । ଏମିତିରେ ମୁଁ ଉଦ୍ଧବ ସରକାରଙ୍କ ଠାରୁ କଠୋର ନିଷ୍ପତ୍ତିର ଆଶା କରୁଛି ।

ସୂଚନାଯୋଗ୍ୟ, ଏନସିପି ମୁଖ୍ୟ ଶରଦ ପାୱାର ଏହି ପ୍ରସଙ୍ଗରେ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟ ଏକ କଠିନ ସ୍ଥିତିରେ ରହିଛି । ଯାହା ପାଖରେ କୌଣସି କାମ ନାହିଁ କେବଳ ସେହିମାନେ ହିଁ ସରକାର ଭାଙ୍ଗିବା କଥା ଚିନ୍ତା କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.