ETV Bharat / bharat

ବିପିଏଲ ପରିବାରକୁ ଆନ୍ଧ୍ର ସରକାରଙ୍କ 1ହଜାର ଟଙ୍କାର ଆର୍ଥିକ ସହାୟତା

author img

By

Published : Apr 4, 2020, 4:31 PM IST

କୋରୋନା ପାଇଁ ଆନ୍ଧ୍ରପ୍ରଦେଶ ସରକାର ବିପିଏଲ ପରିବାରକୁ 1ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ରାଜ୍ୟର ପ୍ରାୟ 1କୋଟି 30 ଲକ୍ଷ ପରିବାରଙ୍କୁ ଏହି ଟଙ୍କା ପ୍ରଦାନ କରାଯାଉଛି । ଅଧିକ ପଢନ୍ତୁ...

Government of Andhra Pradesh is providing Rs 1000 each of financial assistance to BPL families as relief
ବିପିଏଲ ପରିବାରକୁ ଆନ୍ଧ୍ର ସରକାରଙ୍କ 1ହଜାର ଟଙ୍କାର ଆର୍ଥିକ ସହାୟତା

ଅମରାବତୀ: କୋରୋନା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ପରିବାରକୁ 1ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ରାଜ୍ୟର ପ୍ରାୟ 1କୋଟି 30 ଲକ୍ଷ ପରିବାରଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା 180ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେହିପରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । କାଡାପ୍ପା ଓ ପ୍ରକାଶମରେ ସର୍ବାଧିକ 15 ଜଣ ଲେଖାଏଁ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପଶ୍ଚିମ ଗୋଦାବରୀରେ 12, ଭାଇଜାଗରେ 11, ଗୁଣ୍ଟୁରରେ 9, ପୂର୍ବ ଗୋଦାବରୀରେ 6,କ୍ରିଷ୍ଣାରେ 6, ଚିତ୍ତୋରରେ 6 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଗନମୋହନ ରେଡ୍ଡୀଙ୍କ ସରକାର କୋରୋନା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଥିବା ଦେଖିବାକୁ ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.