ETV Bharat / bharat

ଶାହିନ ବାଗ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର

author img

By

Published : Feb 1, 2020, 10:03 AM IST

ନାଗରିକ ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ଆନ୍ଦୋଳନ କରୁଥିବା ଦିଲ୍ଲୀର ଶାହିନ ବାଗ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

ravishankar prasad
ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ଆନ୍ଦୋଳନ କରୁଥିବା ଦିଲ୍ଲୀର ଶାହିନ ବାଗ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ଆଲୋଚନା ମାଧ୍ୟମରେ ସରକାର ସମସ୍ୟାର ସମାଧାନ କରିବାକୁ ପ୍ରସ୍ତୁତ ଥିବା ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି ।

ravishankar prasad
ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ

ଏନେଇ ସେ ଟ୍ବିଟ କରି କହିଛନ୍ତି, ଶାହିନ ବାଗ ପ୍ରଦର୍ଶନକାରୀଙ୍କ ସହ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ମୋଦି ସରକାର ସେମାନଙ୍କ ସହ ଆଲୋଚନା କରି ସିଏଏକୁ ନେଇ ସେମାନଙ୍କ ମନରେ ଥିବା ଦ୍ବନ୍ଦ ଏବଂ ଭ୍ରମ ଦୂର କରିବାକୁ ପ୍ରସ୍ତୁତ । କିନ୍ତୁ ଏହି ଆଲୋଚନା ସଂରଚନା ପ୍ରକ୍ରିୟାରେ ହେବା ଉଚିତ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ 50 ଦିନ ହେବ ସିଏଏ ବିରୋଧରେ ଏଠାରେ ଆନ୍ଦୋଳନ ଜାରି ରହିଛି । ହଜାର ହଜାର ମୁସଲମାନ ମହିଳା ସିଏଏ ଏବଂ ଏନଆରସି ବିରୋଧରେ ଶାହିନ ବାଗରେ ପ୍ରଦର୍ଶନ କରୁଛନ୍ତି । ଏହି ପ୍ରଦର୍ଶନ ଯୋଗୁଁ ଅଧିକାଂଶ ସମୟରେ ଦିଲ୍ଲୀ-ନୋଏଡା ରାଜମାର୍ଗରେ ଟ୍ରାଫିକ ସମସ୍ୟା ଉପଜୁଛି । ଏହା ବ୍ୟତୀତ ଦିଲ୍ଲୀ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଶାହିନ ବାଗ ପ୍ରଦର୍ଶନ ନିର୍ବାଚନ ପାଇଁ ଏକ ବଡ ପ୍ରସଙ୍ଗ ପାଲଟିଛି । ବିଜେପିର ଅନେକ ନେତା ନିର୍ବାଚନୀ ପ୍ରଚାରରେ ଶାହିନ ବାଗ ପ୍ରଦର୍ଶନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.