ETV Bharat / bharat

ଅଧିକ ସୁରକ୍ଷିତ ହେବ ସୀମା, 47ଟି ଅତିରିକ୍ତ ITBP ଆଉଟପୋଷ୍ଟ ପାଇଁ ଗ୍ରୀନ ସିଗନାଲ - border

ସୀମାନ୍ତରେ ସଜାଗ ରହିବା ପାଇଁ 47ଟି ଅତିରିକ୍ତ ସୀମା ଆଉଟପୋଷ୍ଟ ସ୍ଥାପନ କରିବାକୁ ସରକାର ଆଇଟିବିପିକୁ ଗ୍ରୀନ ସିଗନାଲ ଦେଇଛନ୍ତି । ଅଧିକ ପଢନ୍ତୁ...

ITBP ଆଉଟପୋଷ୍ଟ
ITBP ଆଉଟପୋଷ୍ଟ
author img

By

Published : Oct 24, 2020, 4:53 PM IST

ନୂଆଦିଲ୍ଲୀ: ସୀମାନ୍ତରେ ସଜାଗ ରହିବା ପାଇଁ 47 ଟି ଅତିରିକ୍ତ ସୀମା ଆଉଟପୋଷ୍ଟ ସ୍ଥାପନ କରିବାକୁ ସରକାର ଆଇଟିବିପିକୁ ଗ୍ରୀନ ସିଗନାଲ ଦେଇଛନ୍ତି । ଭାରତ-ତିବ୍ଦତୀୟ ସୀମା ପୋଲିସର 59 ତମ ରାଇଜିଂ ଦିବସକୁ ସମ୍ବୋଧିତ କରିବା ବେଳେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି. କିଶନ ରେଡ୍ଡୀ ଏହା କହିଛନ୍ତି । ସେ କହିଛନ୍ତି ଯେ, ଆଇଟିବିପିକୁ ଅଧିକ ଦକ୍ଷ ଏବଂ ଆଧୁନିକ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଆଇଟିବିପିର ସଶକ୍ତିକରଣ ପାଇଁ ବର୍ତ୍ତମାନର ସରକାର ପ୍ରତିବଦ୍ଧ । ସେ କହିଛନ୍ତି ଯେ ସୀମା ସୁରକ୍ଷା ବ୍ୟତୀତ ଆଇଟିବିପି ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ସହ ଲଢୁଛି, ଛତିଶଗଡରେ ବାମପନ୍ଥୀ ଉଗ୍ରବାଦ ଏବଂ ବିଦେଶରେ ଶାନ୍ତି ମିଶନରେ ପ୍ରମୁଖ ଅବଦାନ ରଖିଛି ।

ଅନ୍ୟପକ୍ଷେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମସ୍ତ ଆଇଟିବିପି କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ 59 ତମ ରାଇଜିଂ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ ଟ୍ବିଟ୍ କରି କହିଛନ୍ତି ଯେ ଆଇଟିବିପି ହେଉଛି ଏକ ଅସାଧାରଣ ଶକ୍ତି । ଯାହା ସୀମାକୁ ସୁରକ୍ଷିତ ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.