ନୂଆଦିଲ୍ଲୀ: ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋତବୟା ରାଜପାକ୍ସେ ଗସ୍ତର ନିଜର ପ୍ରଥମ ବିଦେଶ ଗସ୍ତର ଦ୍ବିତୀୟ ଦିନରେ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ଭାରତୀୟ ପ୍ରତିପକ୍ଷ ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରିଛନ୍ତି ।
ଶ୍ରୀଲଙ୍କା-ଭାରତ ସମ୍ପର୍କକୁ ନେଇ ମତ ରଖିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ଉଭୟ ଦେଶ ମଧ୍ୟରେ ଥିବା ବନ୍ଧୁତ୍ବକୁ ଉଚ୍ଚସ୍ତରକୁ ନିଆଯିବ । ଆର୍ଥିକ ଉନ୍ନତି ସହ ସୁରକ୍ଷାକୁ ନେଇ ଦୁଇ ଦେଶ ଏକାଠି ହୋଇ କାମ କରିବେ ବୋଲି ଭାରତ ଗସ୍ତ ଅବସରରେ ପ୍ରତିକ୍ରିୟା ରଖିଛନ୍ତି ସେ ।