ETV Bharat / bharat

କରୋନା ଭାଇରସ ଅଟକାଇବାକୁ ଗୋରଖନାଥ ମନ୍ଦିରରେ ଯଜ୍ଞ

author img

By

Published : Mar 19, 2020, 5:51 PM IST

କୋରୋନା ମହାମାରୀ ରୋକିବାକୁ ଗୋରଖନାଥ ମନ୍ଦିରରେ ଯଜ୍ଞ । ଯଜ୍ଞ ଆହୁତି ଦେଇ କୋରୋନା ରୋକିବାକୁ ପ୍ରାର୍ଥନା । ଅଧିକ ସୂଚନା ପାଇଁ ପଢନ୍ତୁ ...

Gorakhnath temple organized a yagna to combat COVID-19
କରୋନାଭାଇରସ ରୋକିବାକୁ ଗୋରଖନାଥ ମନ୍ଦିରରେ ଯଜ୍ଞ

ଲକ୍ଷ୍ନୌ: ମହାମାରୀ ରୂପ ନେଇଥିବା କୋରୋନା ସବୁଆଡେ ନିଜ କାୟା ବିସ୍ତାର କରୁଛି । ଏନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ପ୍ରସିଦ୍ଧ ଗୋରଖନାଥ ମନ୍ଦିର ବୁଧବାର ଦିନ କୋବିଦ-19 ମୁକାବିଲା ପାଇଁ ଏକ ଯଜ୍ଞ ଆୟୋଜନ ହୋଇଥିଲା ।

ଗୋରଖନାଥ ମନ୍ଦିରର କାର୍ଯ୍ୟକାରୀ ମୁଖ୍ୟ ପୁରୋହିତ ବାବା କମଲ ନାଥଙ୍କ ଦ୍ବାରା ଏହି ଯଜ୍ଞ କରାଯାଇଥିଲା । ଯଜ୍ଞ ଓ ରୀତିନୀତିରେ ପରିବେଶକୁ ଶୁଦ୍ଧ କରିହେବ ବୋଲି କହିଥିଲେ ବାବା କମଲ ନାଥ । ମନ୍ତ୍ର ଜପ ପରିବେଶକୁ ଶୁଦ୍ଧ କରିବାରେ ସାହାଯ୍ୟ କରିଥାଏ ଏବଂ କରୋନା ପରି ଭୁତାଣୁ ଠାରୁ ଦୂରେଇ ରଖିଥାଏ ବୋଲି କହିଥିଲେ ଆଚାର୍ଯ୍ୟ ରମଣନ୍ଦ ତ୍ରିପାଠୀ ।

ପ୍ରାୟ 51 ଜଣ ଛାତ୍ର ବୈଦିକ ରୀତିନୀତି ଯଜ୍ଞରେ ସାମିଲ ହୋଇଥିବା ବେଳେ ମନ୍ଦିରର ଯଜ୍ଞଶାଳାରେ ଆୟୋଜିତ ଯଜ୍ଞରେ ଅଂଶଗ୍ରହଣ କରିଥିଲେ ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.