ETV Bharat / bharat

ବିହାରରେ ଧୋଇଗଲା 29 ଦିନର ମହାସେତୁ, ନୀତୀଶ କରିଥିଲେ ଉଦଘାଟନ

ବିହାର ବର୍ତ୍ତମାନ ଦୁଇଟି ଅସୁବିଧାର ସମ୍ମୁଖୀନ ହେଉଛି। ଗୋଟିଏ ହେଉଛି ବନ୍ୟା ପରିସ୍ଥିତି ଓ ଅନ୍ୟ ପଟେ କୋରୋନା ମାଡ । ଏହାସହ ପ୍ରଶାସନର ବିଫଳତା। ବନ୍ୟା କାରଣରୁ ଗୋପାଳଗଞ୍ଜ ବ୍ରିଜର ଏକ ଅଂଶ ଭୁଶୁଡିଯାଇଥିବା ଦେଖିବାକୁ ମିଳିଛି ।

author img

By

Published : Jul 16, 2020, 6:02 PM IST

ଧୋଇ ହୋଇଗଲା 29 ଦିନର ମହାସେତୁ
ଧୋଇ ହୋଇଗଲା 29 ଦିନର ମହାସେତୁ

ପାଟନା: ବିହାର ବର୍ତ୍ତମାନ ଦୁଇଟି ଅସୁବିଧାର ସମ୍ମୁଖୀନ ହେଉଛି। ଗୋଟିଏ ହେଉଛି ବନ୍ୟା ପରିସ୍ଥିତି ଓ ଅନ୍ୟ ପଟେ କୋରୋନା ମାଡ । ଏହାସହ ପ୍ରଶାସନର ବିଫଳତା। ବନ୍ୟା କାରଣରୁ ଗୋପାଳଗଞ୍ଜ ବ୍ରିଜର ଏକ ଅଂଶ ଭୁଶୁଡିଯାଇଥିବା ଦେଖିବାକୁ ମିଳିଛି । ଏହି ସତ୍ତରଘାଟ ମହାସେତୁ ଏକ ମାସ ପୂର୍ବରୁ 264 କୋଟି ଟଙ୍କା ବ୍ୟୟ ଅଟକଳରେ ଉଦଘାଟିତ ହୋଇଥିଲା, ଯାହା ଏବେ ଧୋଇ ହୋଇଯାଇଛି ।

16 ଜୁନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେତୁ ଉଦଘାଟନ କରିଥିଲେ। ଉଚ୍ଚ ଜଳ ଚାପ ଯୋଗୁଁ ସେତୁ ଭାଙ୍ଗିଯାଇଛି । ସେତୁ ଧୋଇହେଇଯିବା କାରଣରୁ ଲାଲଛାପର, ମୁଜାଫରପୁର, ମୋତିହାରୀ, ବେତିୟା ଯିବା ରାସ୍ତା ବନ୍ଦ ହୋଇଯାଇଛି । ଏହି ସେତୁ ଗୋପାଳଗଞ୍ଜକୁ ଚମ୍ପରନ୍ ଓ ତିରୁହୁତର ଅନେକ ଜିଲ୍ଲା ସହିତ ସଂଯୋଗ କରିଥିଲା ​​। ପ୍ରକାଶଥାଉକି, ବୁଧବାର ଗୋପାଳଗଞ୍ଜରେ 3 ଲକ୍ଷ କ୍ୟୁସେକ୍ ଜଳର ପ୍ରଭାବ ଆସିଥିଲା । ଜଳର ଏତେ ପ୍ରଭାବ ସେତୁ ସମ୍ଭାଳି ପାରିନଥିଲା ଓ ଧୋଇହୋଇଯାଇଥିଲା ।

ଏହି ସେତୁ ବିହାର ବ୍ରିଜ ନିର୍ମାଣ ବିଭାଗ ଦ୍ବାରା ନିର୍ମାଣ କରାଯାଇଥିଲା। ଏହି ସେତୁ ନିର୍ମାଣ 2012 ମସିହାରେ ଆରମ୍ଭ ହୋଇଥିଲା । ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ 16 ଜୁନ୍ 2020 ରେ ଏହି ମହାସେତୁ ଉଦଘାଟନ କରାଯାଇଥିଲା । ଏହାକୁ ନେଇ ଆରଜେଡି ନେତା ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି।

ତେଜସ୍ବୀ ଯାଦବ ନୀତୀଶ କୁମାରଙ୍କୁ ଭଷ୍ଟ୍ରାଚାରର ଭୀଷ୍ମ ପିତାମହ ବୋଲି କହିଛନ୍ତି। ତେଜସ୍ବୀ କହିଛନ୍ତି ଯେ ନୀତୀଶ କୁମାର କେବ ଦେଖେଇବା ପାଇଁ କାମ କରନ୍ତି । ବିହାର ବର୍ତ୍ତମାନ ଭଗବାନଙ୍କ ଭରଷାରେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ତେଜସ୍ବୀ ଏ ମାମଲାରେ ଜଡିତ ଥିବା ମନ୍ତ୍ରୀ ଓ ଅଧିକାରୀଙ୍କୁ ତୁରନ୍ତ ବହିସ୍କାର ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.