ETV Bharat / bharat

ପଙ୍ଗପାଳ ମୁକାବିଲା: ଦିଲ୍ଲୀରେ ଜରୁରୀକାଳୀନ ବୈଠକ ଡାକିଲେ ବିକାଶ ମନ୍ତ୍ରୀ

author img

By

Published : Jun 27, 2020, 5:35 PM IST

ଦିଲ୍ଲୀରେ ପଙ୍ଗପାଳର ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ବିକାଶ ମନ୍ତ୍ରୀ ଗୋପାଳ ରାୟ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି । ବୈଠକରେ ବିକାଶ ସଚିବ, ବିଭାଗୀୟ କମିଶନର, କୃଷି ନିର୍ଦ୍ଦେଶକ, ଦକ୍ଷିଣ ଦିଲ୍ଲୀ ଜିଲ୍ଲାପାଳ, ପଶ୍ଚିମ ଦିଲ୍ଲୀ ଜିଲ୍ଲାପାଳ ଉପସ୍ଥିତ ରହିବେ ।

 ଦିଲ୍ଲୀରେ ଜରୁରୀକାଳିନ ବୈଠକ ଡାକିଲେ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପଙ୍ଗପାଳ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ବିକାଶ ମନ୍ତ୍ରୀ ଗୋପାଳ ରାୟ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି । ବୈଠକରେ ବିକାଶ ସଚିବ, ବିଭାଗୀୟ କମିଶନର, କୃଷି ନିର୍ଦ୍ଦେଶକ, ଦକ୍ଷିଣ ଦିଲ୍ଲୀ ଜିଲ୍ଲାପାଳ, ପଶ୍ଚିମ ଦିଲ୍ଲୀ ଜିଲ୍ଲାପାଳ ଉପସ୍ଥିତ ରହିବେ । ବୈଠକ ପରେ ସରକାର ଆଡଭାଇଜରୀ ଜାରି କରିବେ ।

ଏହା ବ୍ୟତୀତ ଦିଲ୍ଲୀ ନିକଟସ୍ଥ ନୋଏଡାଠାରେ ପଙ୍ଗପାଳ ବିପଦ ରହିଛି । ପଙ୍ଗପାଳ ପ୍ରବେଶ ହେବାର ସମ୍ଭାବନା ପାଇଁ ନୋଏଡା ଠାରେ ଏହାର ମୁକାବିଲା ନେଇ 4 ଟି ଦଳ ଗଠନ କରାଯାଇଛି। ଦିଲ୍ଲୀରୁ ଗୁରୁଗ୍ରାମର ଭୀମଗଡ ଖେଡୀ, ରାଜେନ୍ଦ୍ର ପାର୍କ, ଲକ୍ଷ୍ମଣବିହାର, ଦୌଲତାବାଗ ଫ୍ଲାଏଓଭର ଉପରେ ପଙ୍ଗପାଳ ଦଳ ନଜର ଆସିଛନ୍ତି ।

ଶନିବାର ପଙ୍ଗପାଳ ସହରାଞ୍ଚଳରେ ମଧ୍ୟ ପହଞ୍ଚିଛନ୍ତି । ଚାଷୀ ମାନେ ବାଣ, ଟିଣ କ୍ୟାନ୍ ଓ ଡବା ବଜାଇ ପଙ୍ଗପାଳ ହଟାଇବାକୁ କରିବାକୁ ଚେଷ୍ଟା କରୁଛନ୍ତି। ପଙ୍ଗପାଳ ଦଳର କ୍ରମାଗତ ଆକ୍ରମଣରେ କୃଷକମାନେ ଅସୁବିଧାରେ ପଡୁଛନ୍ତି। ପଙ୍ଗପାଳଙ୍କ ଆକ୍ରମଣ ସମ୍ପର୍କରେ ଜିଲ୍ଲା ପ୍ରଶାସନ କୌଣସି ଆଡଭାଇଜରୀ ଜାରି କରି ନାହିଁ। ଲକ୍ଷ ଲକ୍ଷ ପଙ୍ଗପାଳ ରାଜେନ୍ଦ୍ର ପାର୍କ, ସେକ୍ଟର-5 ସୁରତନଗର, ଧାନଭପୁର, ପାଲମଭିଭର୍ ଓ ମାରୁତି କମ୍ପାନୀର ଅଞ୍ଚଳରେ ଆକ୍ରମଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.