ୱାଶିଂଟନ: ମହାମାରୀ କୋରୋନା ମାଡ଼ରେ ଦୋହଲି ଯାଇଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଅର୍ଥନୀତି । ଆଗକୁ ରାଷ୍ଟ୍ରପତି ନିର୍ବାଚନ ରହିଥିବା ବେଳେ ଦୁର୍ବଳ ଅର୍ଥନୀତିକୁ ସଶକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ଟ୍ରମ୍ପ ଏକ 200 ଜଣିଆ ପରାମର୍ଶଦାତା କମିଟି ଗଠନ କରିଛନ୍ତି, ଯେଉଁମାନେ ବିଭିନ୍ନ ଶିଳ୍ପ ସହିତ ଜଡ଼ିତ । ଯେଉଁଥିରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟର ସିଇଓ ସତ୍ୟମ ନାଡେଲା ଭଳି ସାମିଲ୍ ଅଛନ୍ତି ଭାରତର 6 ବଂଶୋଦ୍ଭବ ।
ମଙ୍ଗଳବାର କୋରୋନା ଭାଇରସ୍ ଉପରେ ହ୍ବାଇଟ ହାଉସର ସାମ୍ବାଦିକ ସମ୍ମିଳନୀ କରି ଟ୍ରମ୍ପ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି । ଯେଉଁମାନଙ୍କୁ ସେ ପରାମର୍ଶଦାତା କମିଟିରେ ସାମିଲ୍ କରିଛନ୍ତି ସେମାନେ ନିଜ ନିଜ କ୍ଷେତ୍ରରେ ଜଣେ ଜଣେ ସର୍ବୋତ୍ତମ ଏବଂ ସ୍ମାର୍ଟ ବୋଲି ସେ କହିଛନ୍ତି ।
ପିଚାଇ ଏବଂ ନାଡେଲାଙ୍କ ବ୍ୟତୀତ ରାଷ୍ଟ୍ରପତି ଟ୍ରମ୍ପ ଆଇବିଏମର ଅରବିନ୍ଦ କୃଷ୍ଣ ଏବଂ ଟେକ୍ ଗ୍ରୁପର ମାଇକ୍ରୋନ ସଞ୍ଜୟ ମେହେରୋତ୍ରା ରହିଛନ୍ତି । ସେହିଭଳଲି ଆପଲ୍ ର ଟିମ୍ କୁକ୍, ଓରାକେଲର ଲ୍ୟାରି ଏଲିସନ ଏବଂ ଫେସବୁକର ମାର୍କ ଜୁକରବର୍ଗ ଭଳି ବ୍ୟକ୍ତିତ୍ବ ଟ୍ରମ୍ପଙ୍କ ପରାମର୍ଶଦାତା ଟିମରେ ସାମିଲ୍ ଅଛନ୍ତି । କୋରୋନା ମହାମାରୀରେ ଆମେରିକାର 6 ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ପାଖାପାଖି 27 ହଜାର ଲୋକଙ୍କ ମୃତ୍ୟୁ ଘଟିଛି ।