ହାଇଦ୍ରାବାଦ: 52 ତମ ଅନ୍ତର୍ଜାତୀୟ ଏମି ପୁରସ୍କାର 2024, 25 ନଭେମ୍ବରରେ ନ୍ୟୁୟର୍କ ହିଲଟନ୍ ମିଡାଉନ୍ (ଯୁକ୍ତରାଷ୍ଟ୍ର) ରେ ଅନୁଷ୍ଠିତ ହୋଇଥିଲା । ଅନେକ ଟିଭି ସେଲିବ୍ରିଟି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏମି ପୁରସ୍କାର 2024 ଭାରତୀୟ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ତଥା ଅଭିନେତା ବୀର ଦାସ ହୋଷ୍ଟ କରିଥିଲେ । ଯାହା ଦେଶ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଥିଲା ଯେ ଜଣେ ଭାରତୀୟ କଳାକାର ଏହି ସମ୍ମାନଜନକ ପୁରସ୍କାର ଶୋ’ର ହୋଷ୍ଟ କରୁଛନ୍ତି । 2023 ମସିହାରେ ଭୀର ଦାସ ତାଙ୍କର ପ୍ରଥମ ଏମି ପୁରସ୍କାର ଜିତିଥିଲେ ଏବଂ ଏହା ପରେ ସେ ଶୋ' ହୋଷ୍ଟ କରିଛନ୍ତି । ବର୍ତ୍ତମାନ ବିଜେତାଙ୍କ ତାଲିକା ପ୍ରକାଶ ପାଇଛି । ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ...
ବାଜି ମାରିପାରିଲା ନାହିଁ 'ଦ ନାଇଟ୍ ମ୍ୟାନେଜର'
ଅନ୍ତର୍ଜାତୀୟ ଟେଲିଭିଜନ ଆର୍ଟ ଏବଂ ସାଇନ୍ସ ଏକାଡେମୀ (IATAS) ଦ୍ୱାରା ଏମି ପୁରସ୍କାର ଆୟୋଜିତ ହୋଇଛି । ଏଥର 21 ଟି ଦେଶର 56 କଳାକାର ଏହି କାର୍ଯ୍ୟକ୍ରମରେ 14 ଟି ବର୍ଗରେ ମନୋନୀତ ହୋଇଥିଲେ । ଡ୍ରାମା ସିରିଜ୍, କମେଡି, ଡକ୍ୟୁମେଣ୍ଟାରୀ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଆର୍ଟ୍ସ ପ୍ରୋଗ୍ରାମିଂ, କିଡ୍ସ ପ୍ରୋଗ୍ରାମିଂ ଏବଂ ଆହୁରି ଅନେକ ବର୍ଗ ଥିଲା । ଭାରତରୁ ଅନୀଲ କପୁର ଏବଂ ଆଦିତ୍ୟ ରୟ କପୁରଙ୍କ ଅଭିନୀତ 'ଦ ନାଇଟ୍ ମ୍ୟାନେଜର' ଡ୍ରାମା ସିରିଜରେ ମନୋନୀତ ହୋଇଥିଲେ ସୁଦ୍ଧା ଜିତିପାରିଲା ନାହିଁ ।
Nominee Highlight for Drama Series:
— International Emmy Awards (@iemmys) November 15, 2024
“The Night Manager”
Produced by Disney+ hotstar / Banijay Asia / Ink Factory
India
Watch the #iemmyNOM trailer here: https://t.co/sO3l6pWWdN pic.twitter.com/TsfY9a6SDY
କହିରଖୁଛୁ କି, ଶ୍ରେଷ୍ଠ ଡ୍ରାମା ସିରିଜ୍ ପାଇଁ ଆଦିତ୍ୟ ରୟ କପୁର, ଶୋଭିତା ଧୁଲିପାଲା ଏବଂ ଅନିଲ କପୁରଙ୍କ 'ଦ ନାଇଟ୍ ମ୍ୟାନେଜର' ୱେବ ସିରିଜ ମନୋନୀତ କରାଯାଇଛି । ଚଳିତ ବର୍ଷ ଭାରତରୁ ମନୋନୀତ ହୋଇଥିବା ଏହା ଏକମାତ୍ର ଚଳଚ୍ଚିତ୍ର ଥିଲା । 'ଦ ନାଇଟ୍ ମ୍ୟାନେଜର' ଦୁନିଆର ସର୍ବୋତ୍ତମ ୱେବ୍ ସିରିଜ୍ ଲେସ୍ ଗାଉଟ୍ସ ଡି ଡିୟୁ (ଡ୍ରପ୍ସ ଅଫ୍ ଗଡ୍) (ଫ୍ରାନ୍ସ), ନ୍ୟୁଜ୍ ରିଡର୍ - ସିଜନ୍ ୨ (ଅଷ୍ଟ୍ରେଲିଆ) ଏବଂ ଆଇଓସି, ଏଲ୍ ଏସପିଆ ଆରେପେଣ୍ଟିଡୋ - ସିଜିନ୍ ୨ (ଆର୍ଜେଣ୍ଟିନା) ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ଯେଉଁଥିରେ ଲେସ୍ ଗାଉଟ୍ସ ଡି ଡିୟୁ ବାଜି ମାରିଲା ।
ଏମି ପୁରସ୍କାର 2024 ର ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା:-
- ପିଆନୋଫୋର୍ଟ- ଆର୍ଟ୍ସ ପ୍ରୋଗ୍ରାମିଂ
- ଆକ୍ବାବ-ଚୁଟିମନ୍ ଚୁଏଙ୍ଗଚାରୋସୁକିଙ୍ଗ- ଶ୍ରେଷ୍ଠ ପରଫର୍ମାନ୍ସ ଅଭିନେତ୍ରୀ
- ରେଷ୍ଟୁରାଣ୍ଟ ମିସଭେରଷ୍ଟାଣ୍ଡ-ସିଜନ 2- ନନ-ସ୍କ୍ରିପ୍ଟିଡ୍ ଏଣ୍ଟରଟେନମେଣ୍ଟ ପୁରସ୍କାର
- ବ୍ରାଉନ୍: ଦ ଇମ୍ପୋସିବଲ 1 ଷ୍ଟୋରୀ- ସ୍ପର୍ଟ୍ସ ଡକ୍ୟୁମେଣ୍ଟାରୀ ପୁରସ୍କାର
- ସର୍ଟ-ଫର୍ମ ସିରିଜ୍ ପୁରସ୍କାର: ପଣ୍ଟ୍ ଡି ନୋ ରିଟର୍ନ (ପଏଣ୍ଟ ଅଫ୍ ନୋ ରିଟର୍ନ)
- କିଡ୍ସ: ଲାଇଭ୍-ଆକ୍ସନ୍ ଆୱାର୍ଡ: ଏନ ଏଫ ଡ୍ରିଙ୍ଗେନି (ୱାନ ଅଫ ଦ ବଏସ)
- କିଡ୍ସ: ଫାକ୍ୟୁୱାଲ ଏବଂ ଏଣ୍ଟରଟେନମେଣ୍ଟ ପୁରସ୍କାର - ଲା ଭିଦା ସିକ୍ରେଟା ଦେ ତୁ ମେଣ୍ଟେ (ଦ ସିକ୍ରେଟ ଲାଇଫ ଅଫ ୟର ମାଇଣ୍ଡ)
- କିଡ୍ସ: ଆନିମେସନ୍ ପୁରସ୍କାର: ଟ୍ୟାବି ମ୍ୟାକଟ୍ଟ
- ଟିଭି ଚଳଚ୍ଚିତ୍ର / ମିନି-ସିରିଜ୍ ପୁରସ୍କାର: ଲିବିସ କାଇଣ୍ଡ (ଡିଅର ଚାଇଲ୍ଡ)
- କମେଡି ପୁରସ୍କାର: ଡିଭିଜନ୍ ପାଲେରମୋ
- ଶ୍ରେଷ୍ଠ ଅଭିନେତା: ଟିମୋଥି ସ୍ପଲ୍ ଫର୍ ଦ ସିକ୍ସତ୍ କମାଣ୍ଡମେଣ୍ଟ
- ଟେଲେନୋଭେଲା ପୁରସ୍କାର: ଲା ପ୍ରୋମେସା (ଦ ୱୋ)
- ଡକ୍ୟୁମେଣ୍ଟାରୀ ପୁରସ୍କାର: ଓଟୋ ବକ୍ସ୍ଟର୍: Not A F*ing Horror Story
- ଡ୍ରାମା ସିରିଜ୍ ପୁରସ୍କାର: ଲେସ୍ ଗାଉଟ୍ସ ଦେ ଡିୟୁ (ଡ୍ରପ୍ସ ଅଫ୍ ଗଡ୍)
ଏହା ମଧ୍ୟ ପଢନ୍ତୁ: ପ୍ରଥମ ଭାରତୀୟ ୱେବସିରିଜ ଭାବେ 'ଦ ନାଇଟ୍ ମ୍ୟାନେଜର' ମନୋନୀତ, ଖୁସିବ୍ୟକ୍ତ କଲେ ଅନୀଲ କପୁର
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ