ETV Bharat / state

ଚାକିରି ନିୟମିତ ଦାବିରେ ଗର୍ଜିଲେ କନିଷ୍ଠ ଶିକ୍ଷକ - JUNIOR TEACHER PROTEST

କଳାହାଣ୍ଡିରେ କନିଷ୍ଠ ଶିକ୍ଷକଙ୍କ (Junior Teacher) ଆନ୍ଦୋଳନ । ଚାକିରି ନିୟମିତ କରାନଯିବାରୁ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ।

KALAHANDI TEACHERS PROTEST
KALAHANDI TEACHERS PROTEST (ETV Bharat Odisha)
author img

By ETV Bharat Odisha Team

Published : Nov 26, 2024, 10:49 AM IST

ଭବାନୀପାଟଣା: ହାତରେ ଚକ୍ ବଦଳରେ ପ୍ଲାକାର୍ଡ, ଶିକ୍ଷାଦାନ ପରିବର୍ତ୍ତେ ହକ୍ ଆଉ ଅଧିକାର ପାଇଁ ଚାଲିଛି ଲଢେଇ । ଦୀର୍ଘ ଦିନ ଧରି ଶିକ୍ଷାଦାନ କରି ଆସୁଥିବା କନିଷ୍ଠ ଶିକ୍ଷକଙ୍କୁ ବର୍ତ୍ତମାନ ନିୟମିତ କରାନଯିବା କାରଣରୁ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କଳାହାଣ୍ଡି ଜିଲ୍ଲାର ସମସ୍ତ କନିଷ୍ଠ ଶିକ୍ଷକ । ଜିଲ୍ଲାରେ ଗତ ୨୦୧୮ ମସିହା ଏପ୍ରିଲ ମାସରେ ୧୦୧୬ ଜଣ କନିଷ୍ଟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇଥିବାବେଳେ ନିଯୁକ୍ତିକୁ ୬ ବର୍ଷ ୮ ମାସ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ନିୟମିତ କରାଯାଇ ନାହିଁ । ଯାହାକୁ ନେଇ ଆନ୍ଦୋଳନ ଓହ୍ଲାଇଛି କନିଷ୍ଠ ଶିକ୍ଷକ ସଂଘ ।

KALAHANDI TEACHERS PROTEST (ETV Bharat Odisha)

କଳାହାଣ୍ଡିରେ କନିଷ୍ଠ ଶିକ୍ଷକଙ୍କ ଆନ୍ଦୋଳନ:

କନିଷ୍ଠ ଶିକ୍ଷକଙ୍କୁ ୬ ବର୍ଷ ପରେ ନିୟମିତ କରିବା ସରକାରଙ୍କ ନିୟମ ରହିଛି କିନ୍ତୁ କଳାହାଣ୍ଡି ଜିଲ୍ଲା ଏଥିରୁ ବ୍ୟତିକ୍ରମ । ରାଜ୍ୟର ଅନ୍ୟ ଜିଲ୍ଳାମାନଙ୍କରେ ଏହା କାର୍ଯ୍ୟକାରୀ ହୋଇ ସମସ୍ତ କନିଷ୍ଠ ଶିକ୍ଷକ ନିୟମିତ ହେଇଥିବା ବେଳେ କଳାହାଣ୍ଡି ଜିଲ୍ଲା କ୍ଷେତ୍ରରେ ଏହା ହୋଇପାରି ନାହିଁ । ଯାହାକୁ ନେଇ ଗତକାଲି (ସୋମବାର) ଶିକ୍ଷକ ଶିକ୍ଷୟିତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ ।

KALAHANDI TEACHERS PROTEST
KALAHANDI TEACHERS PROTEST (ETV Bharat Odisha)

ନିୟମିତ କରିବା ପାଇଁ କନିଷ୍ଠ ଶିକ୍ଷକଙ୍କ ଦାବି:

ଏନେଇ କଳାହାଣ୍ଡି ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ସଭାପତି ଅଭିଷେକ ପଣ୍ଡା କହିଛନ୍ତି," ଦୀର୍ଘ ୬ ବର୍ଷ ହେଲା ଆମେ ସମସ୍ତେ କନିଷ୍ଠ ଶିକ୍ଷକ ଭାବେ କଳାହାଣ୍ଡି ଜିଲ୍ଲାରେ ନିଯୁକ୍ତି ପାଇଥିଲୁ । ଜିଳ୍ଲା ବାହାରୁ ମଧ୍ୟ ବହୁ ପିଲା ଆସି ଏଠାରେ କମ୍ ଦରମାରେ ଚାକିରି କଲେ, ହେଲେ ଆମର ସମୟସୀମା ଏପ୍ରିଲ ମାସରେ ପୂର୍ଣ୍ଣ ହୋଇଛି । କିନ୍ତୁ ୬ ବର୍ଷ ୬ ମାସ ବିତି ଯାଇଥିଲେ ମଧ୍ୟ ଆମର ଚାକିରି ନିୟମିତ ହୋଇ ପାରିନାହିଁ । ତେଣୁ ବାଧ୍ୟ ହୋଇ ଜିଳ୍ଲାର ସମସ୍ତ ବ୍ଲକରୁ ଶିକ୍ଷକମାନ ଆସି ସରକାରଙ୍କୁ ଆମର ଦାବି ଜଣାଇଛୁ ।"

ଏହା ମଧ୍ୟ ପଢନ୍ତୁ...ସିଜିମାଳି ଖଣି ଖନନ, ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଦାବିପତ୍ର ପ୍ରଦାନ

ଏହା ମଧ୍ୟ ପଢନ୍ତୁ... କୋଣାର୍କ ସୂର୍ଯ୍ୟ ମନ୍ଦିର ଆଗରେ ଧାରଣା, ବିଭିନ୍ନ ଦାବି ନେଇ ପ୍ରତିବାଦ

ଏହା ମଧ୍ୟ ପଢନ୍ତୁ...ସମସ୍ୟା ଘେରରେ ନୀଳମାଧବ ଜୀଉ ସରକାରୀ ବିଦ୍ୟାଳୟ

ଏମିତି କହିଲେ ଜିଲ୍ଲା ଶିକ୍ଷା ଅଧିକାରୀ :

ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର କହିଛନ୍ତି," ଆମର ଗୋଟିଏ କମିଟି କରାଯାଇଛି । ସେହି କମିଟି ମାଧ୍ୟମରେ ସମସ୍ତଙ୍କ ଯାଞ୍ଚ କରାଯିବା ପରେ ଆମେ ଶିକ୍ଷକଙ୍କ ଦାବି ପୂରଣ କରିବୁ । ୧୦୧୬ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ସେ ମଧ୍ୟରୁ ପ୍ରାୟ ୩ ସହ ପିଲା ରାଜ୍ୟ ବାହାରୁ ଶିକ୍ଷା ଲାଭ କରି ଆସିଛନ୍ତି । ତେଣୁ ଯାଞ୍ଚ ପରେ ଦାବି ପୂରଣ କରାଯିବ । ଖୁବଶୀଘ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.