ETV Bharat / bharat

ଭାରତର ପ୍ରଥମ ମହିଳା ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ ଜୋହରାଙ୍କୁ ମନେପକାଇଲା ଗୁଗଲ - iconic Indian actress

ଆଜିର ଗୁଗଲ ଡୁଡଲରେ ସ୍ଥାନ ପାଇଛନ୍ତି ଭାରତର ପ୍ରଥମ ମହିଳା ଅଭିନେତ୍ରୀ ଜୋହରା ସେଗାଲ। ଆଇକନିକ୍ ଭାରତୀୟ ଅଭିନେତ୍ରୀଙ୍କୁ ମନେ ପକାଇଲା ଗୁଗଲ। ଯିଏ ବିଶ୍ୱରେ ଅଭିନେତ୍ରୀ ଭାବେ ସ୍ୱୀକୃତି ପାଇବାରେ ଭାରତର ପ୍ରଥମ ମହିଳା ।

ଭାରତର ପ୍ରଥମ ମହିଳା ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ ଜୋହାରଙ୍କୁ ସ୍ମରଣ କଲା ଗୁଗଲ

author img

By

Published : Sep 29, 2020, 9:33 AM IST

ନୂଆଦିଲ୍ଲୀ: ଆଜିର ଗୁଗଲ ଡୁଡଲରେ ସ୍ଥାନ ପାଇଛନ୍ତି ଭାରତର ପ୍ରଥମ ମହିଳା ଅଭିନେତ୍ରୀ ଜୋହରା ସେଗାଲ। ଆଇକନିକ୍ ଭାରତୀୟ ଅଭିନେତ୍ରୀଙ୍କୁ ମନେ ପକାଇଲା ଗୁଗଲ। ଯିଏ ବିଶ୍ୱରେ ଅଭିନେତ୍ରୀ ଭାବେ ସ୍ୱୀକୃତି ପାଇବାରେ ଭାରତର ପ୍ରଥମ ମହିଳା । ସ୍ବତନ୍ତ୍ର ଡୁଡଲରେ ଫ୍ଲୋରାଲ ପୃଷ୍ଠଭୂମି ସହିତ ଏକ ଶାସ୍ତ୍ରୀୟ ନୃତ୍ୟ ଭଙ୍ଗୀରେ ତାଙ୍କର ଆନିମେଟେଡ୍ ଚିତ୍ର ଅଛି । ଜୋହାର ସେଗାଲ ଉପରେ ଥିବା ସ୍ୱତନ୍ତ୍ର ଡୁଡଲ୍ କଳାକାର ପାର୍ବତୀ ପିଲ୍ଲାଇଙ୍କ ଦ୍ୱାରା ଚିତ୍ରିତ।

ସେଗାଲର ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ 1946 ମସିହାରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ନୀଚା ନାଗର” ରେ ଏକ ଭୂମିକା ଥିଲା । ଭାରତୀୟ ସିନେମାର ପ୍ରଥମ ଆନ୍ତର୍ଜାତୀୟ ଗୁରୁତ୍ବପୂର୍ଣ ସଫଳତା ଭାବରେ ବିବେଚନା କରାଯାଉଥିବା “ନୀଚା ନାଗର” ଉତ୍ସବର ସର୍ବୋଚ୍ଚ ସମ୍ମାନ,ପାଲମେ’ଡି ଅର ପୁରସ୍କାର ଲାଭ କଲା କରିଥିଲା।

ଜୋହରା ସେଗାଲଙ୍କର ସମ୍ପୂର୍ଣ୍ଣ ନାମ ସାହିବଜାଦି ଜୋହରା ବେଗମ୍ ମମତାଜ-ଉଲ୍ଲା ଖାନ। ସେ 27 ଏପ୍ରିଲ 1912 ରେ ଭାରତର ସାହାରନପୁରରେ ଜନ୍ମଗ୍ରହଣ କରିଥିଲେ। ସେ 20 ଦଶକ ପୂର୍ବରୁ ଜର୍ମାନୀର ଡ୍ରେସଡେନ୍‌ର ଏକ ପ୍ରତିଷ୍ଠିତ ବାଲେଟ୍ ବିଦ୍ୟାଳୟରେ ପଢିଥିଲେ। ଏବଂ ପରେ ଭାରତୀୟ ନୃତ୍ୟ ଅଗ୍ରଦୂତ ଉଦୟ ଶଙ୍କରଙ୍କ ସହ ଆନ୍ତର୍ଜାତୀୟ ସ୍ତରରେ ଭ୍ରମଣ କରିଥିଲେ ।

ସେ ଭାରତକୁ ଫେରିବା ପରେ ସେ 1945 ମସିହାରେ ଇଣ୍ଡିଆନ୍ ପିପୁଲ୍ସ ଥିଏଟର ଆସୋସିଏସନରେ ଯୋଗ ଦେଇ ଅଭିନୟରେ ପାଦ ଥାପିଥିଲେ। ଜୋହରା ସେଗାଲ ପଦ୍ମଶ୍ରୀ (1998), କାଲିଦାସ ସମ୍ମାନ (2001) ଏବଂ ପଦ୍ମଭୂଷଣ (2010) ପରି ସମ୍ମାନ ଗ୍ରହଣ କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.