ETV Bharat / bharat

‘ଜୁମ’କୁ କଡା ଟକ୍କର ଦେଉଛି ‘ଗୁଗୁଲ ମିଟ’

ଲକଡାଉନ ସମୟରେ ସମସ୍ତ ସ୍କୁଲ, କଲେଜ ଓ ଅଫିସ ବନ୍ଦ ଥିବା ବେଳେ ବଢୁଛି ଭିଡିଓ କନଫରେନ୍ସର ଡିମାଣ୍ଡ । ଲୋକଙ୍କର ଏହି ଆବଶ୍ୟକତା ପୂରଣ କରିଥିବା ଜୁମ ଆପ ଏବେ ଲୋକପ୍ରିୟତା ସାଉଣ୍ଟିବାରେ ଲାଗିଥିବା ବେଳେ କଡା ଟକ୍କର ଦେଉଛି ଗୁଗୁଲ ମିଟ ।

author img

By

Published : Apr 24, 2020, 6:39 AM IST

zoom app, google meet, new feature in google meet, technology news, zoom vs google meet, ଜୁମ ଆପ, ଗୁଗୁଲ ମିଟ, ଜୁମ ବନାମ ଗୁଗୁଲ ମିଟ, ଟୋକ୍ନୋଲୋଜି ନ୍ୟୁଜ୍‌, ଗୁଗୁଲ ମିଟରେ ନୂଆ ଫିଚର
‘ଜୁମ’କୁ କଡା ଟକ୍କର ଦେଉଛି ‘ଗୁଗୁଲ ମିଟ’

ହାଇଦ୍ରାବାଦ: ଲକଡାଉନ ସମୟରେ ସମସ୍ତ ସ୍କୁଲ, କଲେଜ ଓ ଅଫିସ ବନ୍ଦ ଥିବା ବେଳେ ବଢୁଛି ଭିଡିଓ କନଫରେନ୍ସର ଡିମାଣ୍ଡ । ସେ ଅନଲାଇନ କ୍ଲାସ ହେଉ କିମ୍ବା ଅଫିସିଆଲ ମିଟିଂ, ଘରେ ବସି ପ୍ରତ୍ୟେକଟି କାମକୁ ସୁରୁଖୁରୁରେ ନିଭାଇବା ପାଇଁ ଆବଶ୍ୟକ ପଡିଛି ଏହି ଟେକ୍ନୋଲୋଜି । ଲୋକଙ୍କର ଏହି ଆବଶ୍ୟକତା ପୂରଣ କରିଥିବା ଜୁମ ଆପ ଏବେ ଲୋକପ୍ରିୟତା ସାଉଣ୍ଟିବାରେ ଲାଗିଥିବା ବେଳେ କଡା ଟକ୍କର ଦେଉଛି ଗୁଗୁଲ ମିଟ ।

ଏହି ଆପ ହେଉଛି ଗୁଗୁଲର ଭିଡିଓ କନଫରେନ୍ସିଂ ଆପ । ୟାହା ଜୁମକୁ କଡାରୁ କଡା ଟକ୍କର ଦେବା ପାଇଁ ଆଡ କରି ଚାଲିଛି ନୂଆ ଫିଚର । ତେବେ ନିକଟରେ ଗୁଗୁଲ ମିଟ ସହ ଇ-ମେଲକୁ ଆଟାଚ କରିଥିଲା । ଯାହା ଦ୍ବାରା ଜିମେଲରେ ଆକ୍ସେସ କରି ଆପଣ ଭିଡିଓ କଲ ଆଟେଣ୍ଡ କରିପାରିବେ । ତେବେ ଜି ସୁଟ ୟୁଜର୍ସଙ୍କ ପାଇଁ ଆସିଛି ଆଉ କିଛି ଫିଚର୍ସ ।

ପ୍ରଥମ ଫିଚର ହେଉଛି ଗୁଗୁଲ ମିଟ ଦ୍ବାରା ଏବେ ୱେବ ୟୁଜର୍ସମାନେ ଏକାସାଥୀରେ 16 ଜଣ ୟୁଜର୍ସଙ୍କ ସହ ଭିଡିଓ କନଫରେନ୍ସ କରିପାରିବେ । ପୂର୍ବରୁ ଏଥରେ କେବଳ 4 ଜଣ ପାର୍ଟିସିପେଣ୍ଟ ରହିପାରୁଥିବା ବେଳେ ଏବେ କ୍ଷମତା 16କୁ ବୃଦ୍ଧି ପାଇଛି । ତେବେ ଆଗାମୀ ଦିନରେ ଏହି ସଂଖ୍ୟାକୁ ଆହୁରି ବଢାଇ ବଡ ବଡ ମିଟିଂ ପାଇଁ ସାହାଯ୍ୟ କରାଯିବ । ଏନେଇ ଏକ ବ୍ଲଗ ପୋଷ୍ଟରେ ସୂଚନା ଦେଇଛି ଗୁଗୁଲ ।

ଦ୍ବିତୀୟରେ ରହିଛି ‘ପ୍ରେଜେଣ୍ଟ ଓ କ୍ରୋମ ଟ୍ୟାବ’ ଫିଚର । ଏହି ଫିଚର ଦ୍ବାରା ନିଜ ସ୍କ୍ରିନ ଶେୟାର କରିବା ଅପେକ୍ଷା ୟୁଜର୍ସ ଆବଶ୍ୟକୀୟ କେବଳ ଗୋଟିଏ କ୍ରୋମ ଟ୍ୟାବ ଶେୟାର କରିପାରିବେ । ଏଥିସହ ଏଥିରେ ହାଇ କ୍ବାଲିଟି ଭିଡିଓ କଣ୍ଟେଣ୍ଟ ୱିଥ ଅଡିଓର ଏକ ଅପ୍ସନ ରୋଲ ଆଉଟ ହୋଇଛି । ଯାହାକୁ ସିଲେକ୍ଟ କରି ଆପଣ ମିଟିରେ ନିଜର ହାଇ କ୍ବାଲିଟି ଅଡିଓ ସହ ଭିଡିଓ ନୋଟ ଶେୟାର କରିପାରିବେ ।

ତୃତୀୟ ହେଉଛି ‘ଲୋ-ଲାଇଟ ମୋଡ’ । ଏହାଦ୍ବାରା ମିଟ ଆର୍ଟିଫିସିଆଲ ଇଣ୍ଟରଫେସର ବ୍ୟବହାର କରି ଆପଣଙ୍କ ଭିଡିଓର ଲାଇଟକୁ ଆଡଜଷ୍ଟ କରିବ । ଯାହା ଦ୍ବାରା ଆପଣ ଅନ୍ଧାରରେ ଥିଲେ ମଧ୍ୟ ସାମ୍ନା ବ୍ୟକ୍ତିକୁ ସ୍ପଷ୍ଟ ଦେଖାଯିବେ । ବର୍ତ୍ତମାନ ଏହା ମୋବାଇଲ ୟୁଜର୍ସଙ୍କ ପାଇଁ ରୋଲ ଆଉଟ ହେଉଛି । ପରବର୍ତ୍ତୀ ସମୟରେ ଏହା ୱେବ ୟୁଜର୍ସଙ୍କ ପାଇଁ ରୋଲ ଆଉଟ ହେବ ।

ଶେଷରେ ରହିଛି ‘ନଏଜ କ୍ୟାନ୍ସେଲେସନ’ ଫିଚର । ଏହାର ବ୍ୟବହାରରେ ଏହା ଅତି ସ୍ମାର୍ଟ ଭାବେ ଆପଣଙ୍କ ପଛରୁ ଆସୁଥିବା ନଏଜ ଯଥା କୁକୁରର ଭୁକିବା କିମ୍ବା କାହାରି ଚିଲେଇବା ଶବ୍ଦ ଆଦିକୁ ଫିଲ୍ଟର କରିବ । ଫଳରେ ଆପଣ ମିଟିଂ ସମୟରେ ନୋଟ ନେବାରେ ହଇରାଣ ହେବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.