ETV Bharat / bharat

ରିଲାଏନ୍ସରେ 4 କୋଟି ନିବେଶ କରିପାରେ ଗୁଗଲ

ବିଶ୍ବର 2 ଟେକ୍ ଜାଏଣ୍ଟ ଭବିଷ୍ୟତରେ ହାତ ମିଳାଇ ପାରନ୍ତି । ଖବର ଅନୁସାରେ ଗୁଗଲ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରି ଏକାଠି ହେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 14, 2020, 4:43 PM IST

ରିଲାଏନ୍ସରେ 4 କୋଟି ନିବେଶ କରିପାରେ ଗୁଗଲ
ରିଲାଏନ୍ସରେ 4 କୋଟି ନିବେଶ କରିପାରେ ଗୁଗଲ

ହାଇଦ୍ରାବାଦ: ବିଶ୍ବର 2 ଟେକ୍ ଜାଏଣ୍ଟ ଭବିଷ୍ୟତରେ ହାତ ମିଳାଇ ପାରନ୍ତି । ଖବର ଅନୁସାରେ ଗୁଗଲ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରି ଏକାଠି ହେବାକୁ ଯାଉଛନ୍ତି । ଯଦିଚ କୌଣସି ପ୍ରଡକ୍ଟର ଲଞ୍ଚ ହେଉନି ତେବେ ରିଲାଏନ୍ସରେ ଗୁଗଲ ଅର୍ଥ ବିନିଯୋଗ କରିପାରେ ବୋଲି ସୂଚନା ରହିଛି ।

ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଡିଜିଟାଲ ଆର୍ମରେ ଗୁଗଲ ନିବେଶ କରିବାର ଯୋଜନା କରିଛି । ଏଥିପାଇଁ ଉଭୟ କମ୍ପାନୀ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡିଛି । ଏପରିକି ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଗୁଗଲ 4 ବିଲିୟନ ଡଲାର(ଆନୁମାନିକ 4 କୋଟି) ନିବେଶ କରିବାକୁ ଲକ୍ଷ୍ୟ ରଖିଥିବା ଖବର ରହିଛି । ତେବେ ଏହା ଉପରେ ଗୁଗଲ ପ୍ରତିକ୍ରିୟା ଦେବାକୁ ମନା କରିଥିବାବେଳେ ରିଲାଏନ୍ସ କୌଣସି ପ୍ରକାର କମେଣ୍ଟ ଦେଇନାହିଁ ।

ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ରିଲାଏନ୍ସରେ ସେୟାର ଲଗାଇବାରେ ଗୁଗଲ ତୃତୀୟ ବିଦେଶୀ କମ୍ପାନୀ ହେବ । କାରଣ ଏପରି ନିବେଶ କିଛି ନୂଆ କଥା ନୁହେଁ । ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିରେ ଅନେକ ବଡ ବଡ କମ୍ପାନୀ ନିବେଶ କରିସାରିଛନ୍ତି । ନିକଟରେ ଜିଓ ପ୍ଲାଟଫର୍ମରେ ଫେସବୁକ୍ ଏବଂ କେକେଆର ଆଣ୍ଡ କୋ ଏକାଠି 15.64 ବିଲିୟନ ଡଲାର ନିବେଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.