ETV Bharat / bharat

ବନ୍ୟା ଭବିଷ୍ୟ କହିବ ଗୁଗଲ ବାବା

ବିପର୍ଯ୍ୟାୟ ପୂର୍ବରୁ ଗୁଗଲ କରିବ ଭବିଷ୍ୟବାଣୀ । ଦେଶରେ ବହୁତ ଶୀଘ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ବନ୍ୟାର ପୂର୍ବ ସୂଚନା ଦିଆଯିବ। ଏ ବିଷୟରେ ଗୁଗଲ କମ୍ପାନୀ ତାର ଆଇଓ ଡେଭଲପର କନ୍ଫରେନସରେ ସୂଚନା ଦେଇ କହିଛି ଗୁଗଲର ଏକ ନୂଆ ପ୍ରୋଗାମ, ଯାହା ସାମାଜିକ କଲ୍ୟାଣ ପାଇଁ ନିର୍ମାଣ କରାଯାଇଛି।

author img

By

Published : May 17, 2019, 11:49 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବଦଳୁଛି ଦୁନିଆ, ତାଳ ଦେଇ ପରିବର୍ତ୍ତନ ହେଉଛି ଲୋକଙ୍କ ମାନସିକତା । ଇଣ୍ଟରନେଟର 5 ଜି ସମୟରେ ସବୁବେଳେ କିଛିନା କିଛି ନୂଆକରି ଭେଟି ଦେଉଛି ସମାଜକୁ । ବର୍ତ୍ତମାନ ସମୟରେ ବଟନ ଦବାଇଲେ ହାତପାହାନ୍ତାରେ ଖାଦ୍ୟ ପହଞ୍ଚିବା ସହ ପାଦେ ପାଦେ କେ ବାଟ ଦେଖାଉଛି ଗୁଗଲ।

ଏହାସହ ପ୍ଲେ ଷ୍ଟୋରରେ ଥିବା ଏମିତି କିଛି ଆପ ଯାହା ମଣିଷର ମୃତ୍ୟୁ ସହ ଜୀବନରେ ଆସୁଥିବା ସଙ୍କଟର ଭବିଷ୍ୟବାଣୀ କରିପାରୁଛି । ଯାହାକୁ ଶୁଣିବାକୁ ଲୋକମାନେ ଆଗ୍ରହୀ ହେବା ସହ ଭୟଭୀତ ମଧ୍ୟ ହୋଇଥାନ୍ତି । ହେଲେ ଏବେ ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କୁ ମିଳିବ ପୂର୍ବାଭାସ। ଆଉ ଏହାର ଭବିଷ୍ୟବାଣୀ କରିବ ଖୋଦ୍ ଗୁଗଲ ବାବା ।

ସୂଚନା ଅନୁସାରେ, ଦେଶରେ ବହୁତ ଶୀଘ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ବାରା ବନ୍ୟାର ପୂର୍ବ ସୂଚନା ଦିଆଯିବ। ଏ ବିଷୟରେ ଗୁଗଲ କମ୍ପାନୀ ତାର ଆଇଓ ଡେଭଲପର କନଫରେନ୍ସରେ ସୂଚନା ଦେଇ ଗୁଗଲ ଏକ ନୂଆ ପ୍ରୋଗାମ, ଯାହା ସାମାଜିକ କଲ୍ୟାଣ ପାଇଁ ନିର୍ମାଣ କରାଯାଇଛି ବୋଲି କୁହାଯାଇଛି। ତେବେ ଚଳିତ ବର୍ଷ ମୌସୁମୀ ପୂର୍ବରୁ ଦେଶରେ ବନ୍ୟାର ଆଶଙ୍କା ରହିଥିବା ଜଣାପଡିଛି।

ଏହି ଫିଚର ପାଇଁ ଗୁଗଲ ଗତବର୍ଷ ସେପ୍ଟେମ୍ବର ମାସରୁ କାର୍ଯ୍ୟ କରିଆସୁଛି । ଏହା କେନ୍ଦ୍ରୀୟ ଜଳ ବିଭାଗ ପାଖରୁ ଗୁଗଲ ପାଣି ସଂଗ୍ରହ କରିଛି। ଗୁଗଲର ଏହି ଅପକମିଙ୍ଗ ଫିଚର ଦ୍ବାରା ସାଧାରଣ ଲୋକ ସଚେତନ ରହିବା ସହ ବହୁ ଧନଜୀବନ ରକ୍ଷା କରାଯାଇପାରିବ ।

ପ୍ରକାଶ ଥାଉକି, ଗତବର୍ଷ କେରଳ ବନ୍ୟାରେ ଅନେକ ଲୋକ ପ୍ରାଣ ହରାଇବା ସହ ନିକଟରେ ଓଡିଶାରେ ‘ଫନି’ ଆସି କ୍ଷୟକ୍ଷତି କରିବା ସହ ରାଜ୍ୟର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି।

Intro:Body:

gfgf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.