ETV Bharat / bharat

ଟ୍ରକକୁ ପିଟିଲା ଗୋଣ୍ଡଓ୍ବାନା ଏକ୍ସପ୍ରେସ, 15 ଗୁରୁତର - ଗୋଣ୍ଡଓ୍ବାନା ଏକ୍ସପ୍ରେସ

ଟ୍ରକକୁ ଧକ୍କା ଦେଲା ଗୋଣ୍ଡଓ୍ବାନା ଏକ୍ସପ୍ରେସ । ଏହି ଦୁର୍ଘଟଣାରେ 15 ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ ଗୁରୁତରଙ୍କୁ ଉଦ୍ଧାର କରି ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 2, 2019, 12:29 PM IST

ଭୋପାଳ: ଗ୍ବାଲିୟରରୁ ଦିଲ୍ଲୀ ଯାଉଥିବା ଗୋଣ୍ଡାଓ୍ବାନା ଏକ୍ସପ୍ରେସ ଏକ ଟ୍ରକକୁ ଧକ୍କା ଦେବା ଫଳରେ 15 ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣାରେ ଗୁରୁତରଙ୍କୁ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ମୁତାବକ AP-07th-7569 ନମ୍ବର ବିଶିଷ୍ଟ ଏକ ଟ୍ରକ ସିମେଣ୍ଟ ନେଇ ଗ୍ବାଲିୟରର ବିରଲା ନଗରକୁ ଯାଉଥିଲା । ତେବେ ସେଠାରୁ ଆଗ୍ରା ଯିବାର ଥିଲା । ମାତ୍ର ରାସ୍ତା ଭୁଲି ଯିବାରୁ ଡ୍ରାଇଭର ସ୍ଥାନୀୟ ଲୋକଙ୍କୁ ରାସ୍ତା ପଚାରି ବୁଝିଥିଲା । ତେବେ ଲୋକଙ୍କ ନିର୍ଦେଶ ଅନୁସାରେ ସେ ଜଲାଲପୁର ରେଲଓ୍ବେ କ୍ରସିଂ ଆଡ଼କୁ ଯାଇଥିଲା ।

ତେବେ ଲେବଲ କ୍ରସିଂ ପାର ହେଉଥିବା ସମୟରେ ଉକ୍ତ ଟ୍ରକ ଡ୍ରାଇଭର ପୁନର୍ବାର ରାସ୍ତା ଭୁଲି ଯାଇଥିଲା । ତେବେ ଏହି ଲେବୁଲ କ୍ରସିଂକୁ ପାର ହେଉଥିବା ସମୟରେ ଟ୍ରକର ପଛ ଚକା ରେଳ ଧାରଣାରେ ଫସିଯାଇଥିଲା । ତେବେ ସେହି ସମୟରେ ଗ୍ବାଲିୟରରୁ ଦିଲ୍ଲୀ ଆସୁଥିବା ଗୋଣ୍ଡଓ୍ବାନୀ ଏକ୍ସପ୍ରେସ ଉକ୍ତ ଟ୍ରକକୁ ଧକ୍କ ଦେଇଥିଲେ । ଫଳରେ ପଛରେ ବସିଥିବା କିଛି ଲୋକ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିଲେ।

ସେପଟେ ଏ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଏହା ସହିତ ଗୁରୁତରଙ୍କୁ ଉଦ୍ଧାର କରି ସେମାନଙ୍କୁ ଡାକ୍ତରଖାନା ପଠାଇବା ସହିତ ଟ୍ରକକୁ ଜବତ କରିଥିଲା । ଏ ଘଟଣାରେ ଟ୍ରକ ଚାଳକକୁ ଗିରଫ କରାଯିବା ସହିତ ଆଜି କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.