ETV Bharat / bharat

କୋଭିଡ୍ ସ୍ଥିତି ସମୀକ୍ଷା ପାଇଁ ନିର୍ମାଣ ଭବନରେ ମନ୍ତ୍ରୀ ସ୍ତରୀୟ ବୈଠକ

author img

By

Published : Jul 31, 2020, 9:24 AM IST

ନିର୍ମାଣ ଭବନରେ ଶୁକ୍ରବାର ଏକ କେନ୍ଦ୍ରୀୟ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଦେଶର ମହାମାରୀ ପରିସ୍ଥିତିକୁ ନେଇ ଏହି ବୈଠକରେ ଆଲୋଚନା କରାଯିବ।

କୋଭିଡ୍ ସ୍ଥିତି ସମୀକ୍ଷା ପାଇଁ ନିର୍ମାଣ ଭବନରେ ମନ୍ତ୍ରୀ ସ୍ତରୀୟ ବୈଠକ
କୋଭିଡ୍ ସ୍ଥିତି ସମୀକ୍ଷା ପାଇଁ ନିର୍ମାଣ ଭବନରେ ମନ୍ତ୍ରୀ ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ନିର୍ମାଣ ଭବନରେ ଶୁକ୍ରବାର ଏକ କେନ୍ଦ୍ରୀୟ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଦେଶର ମହାମାରୀ ପରିସ୍ଥିତିକୁ ନେଇ ଏହି ବୈଠକରେ ଆଲୋଚନା କରାଯିବ। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 6 ଲକ୍ଷରୁ ଅଧିକ ପରୀକ୍ଷଣ କରି କୋଭିଡ୍ 19 ବିରୋଧରେ ଲଢେଇ ଭାରତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଶୁକ୍ରବାର ଦିନ ସୂଚନା ଦେଇଛି।

ଭାରତରେ ଗୋଟିଏ ଦିନରେ 52,123 କୋଭିଡ୍ 19 ମାମଲା ବୃଦ୍ଧି ପାଇଛି। ଦେଶରେ ମୋଟ ମାମଲା 15,83,792 ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁବାର ଦିନ କହିଛି।

ମୋଟ ମାମଲାରେ 5,28,242 ସକ୍ରିୟ ମାମଲା ଏବଂ 10,20,582 ଆରୋଗ୍ୟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଦେଶରେ ମହାମାରୀ ବିସ୍ତାର ରୋକିବାକୁ ଏହାର ରଣନୀତି ଉପରେ ଗୁରୁତ୍ୱାରୋପ କରି ଏହା କହିଛି ଯେ ଦେଶରେ ମହାମାରୀ କରୋନାଭାଇରସକୁ ସଫଳତାର ସହ ମୁକାବିଲା କରିବା ପାଇଁ ବ୍ୟାପକ ପରୀକ୍ଷଣ, ଟ୍ରାକିଂ ଏବଂ ଚିକିତ୍ସା ରଣନୀତି କାର୍ଯ୍ୟକାରୀ କରିବ। ପରବର୍ତ୍ତୀ ଦିନରେ ପରୀକ୍ଷା କ୍ଷମତାକୁ ଦୈନିକ 10 ଲକ୍ଷକୁ ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ ବୋଲି ମନ୍ତ୍ରଣାଳୟ ଟ୍ୱିଟରେ କହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.