ETV Bharat / bharat

ସୁନା ଚାଲାଣର ନୂଆ ଉପାୟ, ମାସ୍କରୁ 40 ଗ୍ରାମ ସୁନା ଜବତ - Calicut airport

ଦେଶର କିଛି ପ୍ରମୁଖ ଏୟାରପୋର୍ଟରୁ ପ୍ରତ୍ୟେକ ଦିନ ସୁନା ଜବତ ହେଉଛି । ଯାତ୍ରୀ ମାନେ ଚୋରା ସୁନାକୁ ବିଭିନ୍ନ ଢଙ୍ଗରେ ଲୁଚାଇ ନେବାକୁ ଅନେକ ପନ୍ଥା ଆପଣଉଛନ୍ତି । ଏଥର କିନ୍ତୁ ମାସ୍କରେ ଚାଲାଣ ହେଉଥିଲା ସୁନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫେସ ମାସ୍କ ଭିତରୁ 40 ଗ୍ରାମ ସୁନା ଜବତ, ଯାତ୍ରୀ ଅଟକ

author img

By

Published : Sep 30, 2020, 10:21 AM IST

ଥିରୁଅନନ୍ତପୁରମ: ଦିନକୁ ଦିନ ବଢୁଛି ସୁନା ଚାଲାଣ । ଆଉ ବଦଳି ଯାଉଛି ସୁନା ଚୋରି କରିବାର ତରିକା । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳ ସ୍ଥିତ କାଲିକଟ ବିମାନବନ୍ଦରରେ । ଏଠାରେ କଷ୍ଟମ୍ସ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ ଜଣେ ଯାତ୍ରୀଙ୍କଠାରୁ 40 ଗ୍ରାମ ସୁନା ଜବତ କରିଛନ୍ତି । ଯାତ୍ରୀ ଜଣକ ଫେସ ମାସ୍କରେ ଲୁଚେଇ ସୁନା ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିଲେ ।

ଫେସ ମାସ୍କ ଭିତରୁ 40 ଗ୍ରାମ ସୁନା ଜବତ, ଯାତ୍ରୀ ଅଟକ
ଫେସ ମାସ୍କ ଭିତରୁ 40 ଗ୍ରାମ ସୁନା ଜବତ, ଯାତ୍ରୀ ଅଟକ

ଦିଲ୍ଲୀର କଷ୍ଟମ ମୁଖପାତ୍ରଙ୍କ ଅନୁଯାୟୀ, କଷ୍ଟମ ଅଧିକାରୀ ଏହି ଯାତ୍ରୀଙ୍କ ଉପରେ ସେତିକି ବେଳେ ସନ୍ଦେହ କଲେ ଯେତବେଳେ ସେ ଗ୍ରୀନ ଚ୍ୟାନେଲ ପାର କରୁଥିଲେ । ଏହାପରେ କଷ୍ଟମ ଅଧିକାରୀମାନେ ତାଙ୍କୁ ତୁରନ୍ତ ଅଟକାଇ ତାଙ୍କ ଜିନିଷପତ୍ରର ତଲାସି ନେଉଥିବାବେଳେ, ତାଙ୍କଠାରୁ 40 ଗ୍ରାମ ସୁନା ଜବତ କରାଯାଇଥିଲା। ଯାହାକୁ ସେ ମାସ୍କରେ ଲୁଚାଇ ରଖିଥିଲେ।

ଏଘଟଣା ବିଷୟରେ ପଚାରିବାରୁ ଉକ୍ତ ଯାତ୍ରୀ ଜଣଙ୍କ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ଏହା ପରେ କଷ୍ଟମ ଅଧିକାରୀ 1962 ଅଧୀନ ଧାରା 110 ଅନୁଯାୟୀ ସୁନାକୁ ଜବତ କରି ଯାତ୍ରୀଙ୍କୁ ଅଟକ ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ, କଷ୍ଟମ ଅଧିକାରୀମାନେ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁସନ୍ଧାନ ଜାରି ରଖିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.