ETV Bharat / bharat

ସୁନା ଚୋରା ଚାଲାଣ ମାମଲା, ବଢିଲା ସ୍ୱପ୍ନା ସୁରେଶ ଓ ସନ୍ଦୀପର ହେପାଜତ ଅବଧି

author img

By

Published : Jul 21, 2020, 3:48 PM IST

ସୁନା ଚୋରା ଚାଲାଣ ମାମଲାର ଦ୍ୱିତୀୟ ଅଭିଯୁକ୍ତ ସ୍ବପ୍ନା ସୁରେଶ ଏବଂ ଚତୁର୍ଥ ଅଭିଯୁକ୍ତ ସନ୍ଦୀପ ନାୟାରଙ୍କ ହେପାଜତ ଅବଧି ଜୁଲାଇ 24 ପର୍ଯ୍ୟନ୍ତ ବଢାଇଛନ୍ତି ଏନଆଇଏ। ଆର୍ଥିକ ଅପରାଧ ପାଇଁ କୋଚିର ସ୍ୱତନ୍ତ୍ର କୋର୍ଟ ସୁନା ଚୋରା ଚାଲାଣ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ରମିଜଙ୍କ ହେପାଜତ ଆବେଦନ ଉପରେ ବିଚାର କରିବେ।

ସୁନା ଚୋରା ଚାଲାଣ ମାମଲା, ବଢିଲା ସ୍ୱପ୍ନା ସୁରେଶ ଓ ସନ୍ଦୀପର ହେପାଜତ ଅବଧି
ସୁନା ଚୋରା ଚାଲାଣ ମାମଲା, ବଢିଲା ସ୍ୱପ୍ନା ସୁରେଶ ଓ ସନ୍ଦୀପର ହେପାଜତ ଅବଧି

କୋଚି: ସୁନା ଚୋରା ଚାଲାଣ ମାମଲାର ଦ୍ୱିତୀୟ ଅଭିଯୁକ୍ତ ସ୍ବପ୍ନା ସୁରେଶ ଏବଂ ଚତୁର୍ଥ ଅଭିଯୁକ୍ତ ସନ୍ଦୀପ ନାୟାରଙ୍କ ହେପାଜତ ଅବଧି ଜୁଲାଇ 24 ପର୍ଯ୍ୟନ୍ତ ବଢାଇଛନ୍ତି ଏନଆଇଏ। ଆର୍ଥିକ ଅପରାଧ ପାଇଁ କୋଚିର ସ୍ୱତନ୍ତ୍ର କୋର୍ଟ ସୁନା ଚୋରା ଚାଲାଣ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ରମିଜଙ୍କ ହେପାଜତ ଆବେଦନ ଉପରେ ବିଚାର କରିବେ। କଷ୍ଟମ୍ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏହି ମାମଲାରେ ଚତୁର୍ଥ ଅଭିଯୁକ୍ତ। ରମିଜଙ୍କ କୋଭିଡ ପରୀକ୍ଷା ଫଳାଫଳରେ ବିଳମ୍ବ ହେତୁ ହେପାଜତ ଆବେଦନକୁ ଆଜି ସ୍ଥଗିତ ରଖାଯାଇଛି।

ଗତ ରବିବାର ସୀମାଶୁଳ୍କ ଅଧିକାରୀମାନେ ଥିରୁଅନନ୍ତପୁର ବିମାନ ବନ୍ଦରରୁ ୩୦ କେଜି ସୁନା ଜବତ କରିଥିଲେ। ଦେଶର କୌଣସି ବିମାନ ବନ୍ଦରରେ ଏତେ ପରିମାଣର ସୁନା ଏକକାଳୀନ ଜବତ କରାଯିବାରେ ଏହା ପ୍ରଥମ ଘଟଣା ଥିଲା। ଜବତ ସୁନାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଅନୁନ୍ୟ ୧୩କୋଟି ୫୦ ଲକ୍ଷ ଟଙ୍କାରୁ ବି ଅଧିକ ହେବ ବୋଲି ଆକଳନ କରାଯାଉଛି। ତେବେ ଦିନକୁ ଦିନ ଏହି ମାମଲା ଅଡୁଆ ସୂତା ଖିଅରେ ଛନ୍ଦି ହେବାରେ ଲାଗିଛି।

ଏନଆଇଏ ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ ସୁନାର ଚୋରାଚାଲାଣ ମୁଖ୍ୟତଃ ଜୁଏଲରୀ ପାଇଁ ନୁହେଁ ବରଂ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ କରାଯାଇଥିଲା। ଅଭିଯୁକ୍ତ ସୁନା ପଠାଇବା ପାଇଁ ୟୁଏଇର ବାଣିଜ୍ୟ ଦୂତାବାସର ଜାଲି କାଗଜ ପତ୍ର ପ୍ରସ୍ତୁତ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.