ETV Bharat / bharat

ୟୁପି ସୋନଭଦ୍ରାରେ ସୁନାଖଣି ଠାବ - ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ

ଉତ୍ତରପ୍ରଦେଶର ସୋନଭଦ୍ରା ଜିଲ୍ଲାର 2ଟି ସ୍ଥାନରେ ସୁନା ଖଣି ଠାବ କରାଯାଇଛି । ଅଧିକ ପଢନ୍ତୁ...

gold-deposits-found-in-uttar-pradeshs-sonbhadra
ୟୁପି ସୋନଭଦ୍ରାରେ ସୁନାଖଣି ଠାବ
author img

By

Published : Feb 21, 2020, 8:40 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲ୍ଲାରେ ସୁନା ଖଣି ଠାବ କରାଯାଇଛି । ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ଓ ଉତ୍ତରପ୍ରଦେଶ ଭୂବିଜ୍ଞାନ ଓ ଖନନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ଏଠାରେ ସୁନା ମହଜୁଦ ଥିବା ଜଣାପଡିଛି ।

ଖଣିଜ ଉତ୍ତୋଳନ ପାଇଁ ଲିଜରେ ଦେବାକୁ ସରକାରଙ୍କ ଦ୍ବାରା ସର୍ଭେ କରାଯାଉଥିଲା ବେଳେ ସୋନପାହାଡି ଓ ହାରଡିରେ ସୁନାଠୁଳ ଥୁବା ଜଣାପଡିଥିଲା । ସୋନପାହାଡି ସ୍ଥିତ ଖଣିରେ 2ହଜାର 7ଶହ ମିଲିୟନ ଟନ ସୁନା ଗଚ୍ଛିତ ରହିଥବା ବେଳେ ହାରଡିରେ 650 ମିଲିୟନ ଟନ ସୁନା ଗଚ୍ଛିତ ଥିବା ନେଇ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କଳନା କରାଯାଇଛି । ଏନେଇ ଜିଲ୍ଲା ଖଣିଖନନ ଅଧିକାରୀ ସୂଚନା ଦେଇଛନ୍ତି ।

ପ୍ରଶାସନ ପକ୍ଷରୁ 7 ଜଣିଆ ଟିମ ଇ-ଟେଣ୍ଡରିଂ ଜରିଆରେ ବ୍ଲକ ନିଲାମ ପାଇଁ ବ୍ୟବସ୍ଥା କରାଯାଉଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.