ETV Bharat / bharat

ଗ୍ବାଲିଅରରେ ଗଡସେ ପୂଜା, କଂଗ୍ରେସର ସମାଲୋଚନା - ହିନ୍ଦୁ ମହାସଭା

ଗ୍ବାଲିଅରରେ ହିନ୍ଦୁ ମହାସଭା ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ପୂଜାର୍ଚ୍ଚନା କରାଯାଇଛି । ଏହା ସହିତ ତାଙ୍କ ଉଦ୍ଦେଶ୍ୟରେ ବଳିଦାନ ଦିବସ ମଧ୍ୟ ପାଳନ କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: IANS
author img

By

Published : Nov 15, 2019, 4:59 PM IST

ଭୋପାଳ: ଗତ ଅକ୍ଟୋବର 2 ତାରିଖରେ ଦେଶ ଜାତୀୟପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ ପାଳନ କରିଛି । ସେପଟେ ହିନ୍ଦୁ ମହାସଭା ଶୁକ୍ରବାର ମହାତ୍ମାଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ପୂଜାର୍ଚ୍ଚନା କରି ବଳିଦାନ ଦିବସ ପାଳନ କରିଛି । ନାଥୁରାମଙ୍କ ଇତିହାସ ପଢିବାକୁ ଦାବି କରିଛି ହିନ୍ଦୁ ମହାସଭା । ସେପଟେ ହିନ୍ଦୁ ମହାସଭାର ଏହି କାର୍ଯ୍ୟକୁ ନିନ୍ଦା କରିଛି କଂଗ୍ରେସ । ଏହା ସହିତ ଦଳ ବିଜେପି ଠାରୁ ଜବାବ ମାଗିଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତା ଶୁକ୍ରବାର ଗ୍ବାଲିଅରରେ ଥିବା କାର୍ଯ୍ୟାଳୟରେ ନାଥୁରାମ ଗଡସେଙ୍କ ପୂଜାର୍ଚ୍ଚନା କରିବା ସହତି 70ତମ ବଳିଦାନ ଦିବସ ମଧ୍ୟ ପାଳନ କରିଛନ୍ତି । ଏହା ସହିତ ପ୍ରଶାସନିକ ସ୍ତରର ଅଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ ମଧ୍ୟ କରିବାକୁ ସେମାନେ ବାଧ୍ୟ କରିଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ନାଥୁରାମ ଗଡସେଙ୍କ ଅନ୍ତିମ ସମୟର ଭାଷଣକୁ ସାର୍ବଜନୀନ କରିବାକୁ ମଧ୍ୟ ଦାବି କରାଯାଇଛି ।

ଏନେଇ ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ଗାନ୍ଧୀଙ୍କ ନିଷ୍ପତ୍ତି ପାଇଁ ଦେଶ ବିଭାଜିତ ହୋଇଛି । ସେହି ସମୟରେ ଏହି ନିଷ୍ପତ୍ତିରେ ବ୍ୟଥିତ ହୋଇ ନାଥୁରାମ ଗଡସେ ଗାନ୍ଧିଜୀଙ୍କୁ ହତ୍ୟା କରିଥିଲେ ବୋଲି ସେ କହିଥିଲେ । ଏହା ସହିତ ସେ ଗାନ୍ଧୀଙ୍କୁ ସବୁଠାରୁ ବଡ଼ ଦେଶଦ୍ରୋହୀ ଓ ଗଡସେ ସବୁଠାରୁ ବଡ଼ ଦେଶଭକ୍ତ ବୋଲି କହିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଭଗବାନ ଶ୍ରୀରାମ ରାବଣଙ୍କୁ ମାରିଥିଲେ । ସେହିପରି ଭଗବାନ କୃଷ୍ଣ ମଧ୍ୟ କଂସଙ୍କୁ ହତ୍ୟା କରିଥିଲେ । ଯଦି ତାଙ୍କ ସମ୍ପର୍କରେ ପଢାଯାଉଥିବା ବେଳେ ନାଥୁରାମଙ୍କ ସମ୍ପର୍କରେ କାହିଁକି ଇତିହାସରେ ପଢାଯିବ ନାହିଁ ବୋଲି ସେ ଯୁକ୍ତି ବାଢିଥିଲେ ।

ତେବେ ହିନ୍ଦୁ ମହାସଭାର ଏଭଳି କାର୍ଯ୍ୟକୁ ତୀବ୍ର ଭର୍ତ୍ସନା କରିଛି କଂଗ୍ରେସ । କଂଗ୍ରେସର ପ୍ରବକ୍ତା ଅଜୟ ଯାଦବ କହିଛନ୍ତି କି, ହିନ୍ଦୁ ମହାସଭାର ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ଦେଶ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶାସନ କରାଯାଉଛି । ଦେଶକୁ ସ୍ବାଧୀନତା ଗାନ୍ଧୀ ଦେଇଥିଲେ । ତେବେ ବିଜେପି ସ୍ପଷ୍ଟ କରିଦେବା ଉଚିତ ଯେ, ଦଳ ଏମାନଙ୍କ ସହିତ ଅଛି ନା ଏମାନଙ୍କୁ ବିରୋଧ କରୁଛି ବୋଲି ସେ ସୂଚନା ଦେଇଥିଲେ ।

Intro:Body:

National Issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.