ETV Bharat / bharat

ଗୋଆ କୋରୋନା ମୁକ୍ତ, ହେବ ବୋର୍ଡ ପରୀକ୍ଷା

author img

By

Published : May 7, 2020, 10:18 AM IST

ବୁଧବାର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଅଧିକ ପଢନ୍ତୁ...

ଗୋଆ କୋରୋନା ମୁକ୍ତ, ହେବ ବୋର୍ଡ ପରୀକ୍ଷା
ଗୋଆ କୋରୋନା ମୁକ୍ତ, ହେବ ବୋର୍ଡ ପରୀକ୍ଷା

ପାନାଜୀ: କେନ୍ଦ୍ର ସରକାରଙ୍କ ଦ୍ବାରା କୋରୋନା ମୁକ୍ତ ଘୋଷଣା ପରେ ଗୋଆ ନେଇଛି ପ୍ରଥମ ପଦକ୍ଷେପ । ଫଳସ୍ବରୂପ ଚଳିତ ମାସରେ ଆୟୋଜିତ ହେବ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା । ଏନେଇ ଗୋଆ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ବୁଧବାର ଏହି ଦୁଇଟି ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ମେ 20ରେ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ହେବାକୁ ଥିବାବେଳେ ମେ 21ରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ହେବ । ଏଥିପାଇଁ ଗୋଆ ସରକାର ଉଭୟ ବୋର୍ଡକୁ ଅନୁମତି ଦେଇଛନ୍ତି । ପୂର୍ବରୁ ଲକଡାଉନ ଯୋଗୁଁ 2ଟି ପରୀକ୍ଷା ଘୁଞ୍ଚାଇ ଦିଆଯାଇଥିଲା ।

ତେବେ ପରୀକ୍ଷାବେଳେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଆପଣାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଏନେଇ ସମ୍ପୂ୍ର୍ଣ୍ଣ ଟାଇମ ଟେବୁଲ ଘୋଷଣା ହେବ । ନିକଟରେ କେନ୍ଦ୍ର ସରକାର ଗୋଆର 2ଟି ଜିଲ୍ଲାକୁ କୋଭିଡ 19 ଫ୍ରି ଗ୍ରୀନ ଜୋନ ଭାବେ ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.