ETV Bharat / bharat

ଇଣ୍ଡିଗୋ ବିମାନ ଇଞ୍ଜିନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଗୋଆ ମନ୍ତ୍ରୀ

author img

By

Published : Sep 30, 2019, 1:05 PM IST

ଗତ ରବିବାର ଗୋଆରୁ ନୂଆଦିଲ୍ଲୀ ଅଭିମୁଖେ ଉଡାଣ ଭରିବା ବେଳେ ଏକ ଇଣ୍ଡିଗୋ ବିମାନର ବାମ ପଟେ ଥିବା ଇଞ୍ଜିନରେ ନିଆଁ ଲାଗିଯାଇଛି । ଏଥିରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଗୋଆରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ଇଣ୍ଡିଗୋ ବିମାନର ଇଞ୍ଜିନରେ ନିଆଁ ଲାଗିଥିବାର ଖବର ମିଳିଛି । ସୌଭାଗ୍ୟବଶତଃ ଏଥିରେ ଯାତ୍ରା କରୁଥିବା ଯାତ୍ରୀଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ । ଏହି ବିମାନରେ ଗୋଆର ପରିବେଶ ମନ୍ତ୍ରୀ ସହ ମୋଟ 180 ଯାତ୍ରୀ କରୁଥିଲେ ।

ଏନେଇ ମତ ରଖି ଗୋଆର ପରିବେଶ ମନ୍ତ୍ରୀ ନିଲେଶ କାବ୍ରାଲ କହିଛନ୍ତି ଯେ, ରବିବାର ରାତିରେ ଏକ ଇଣ୍ଡିଗୋ ବିମାନ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବାର କିଛି ସମୟ ପରେ ହଠାତ ଏହାର ବାମ ପଟେ ଥିବା ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ଏ ଖବର ପାଇବା ପରେ ଏଥିରେ ଯାତ୍ରା କରୁଥିବା ଯାତ୍ରୀ ଭୟଭୀତ ହୋଇ ପଡିଥିଲେ ।

ନିଆଁ ଲାଗିବାର ପ୍ରାୟ 20 ମିନିଟ ପର୍ଯ୍ୟନ୍ତ ଯାତ୍ରୀ ଏହି ବିମାନରେ ଥିଲେ । ସେପଟେ ପାଇଲଟ ବିମାନକୁ ସଠିକ ଭାବେ ନିୟନ୍ତ୍ରଣ କରି ଏହାକୁ ପୁଣି ଥରେ ଗୋଆ ବିମାନବନ୍ଦରକୁ ଫେରାଇ ଆଣିଥିଲେ । ଅନ୍ୟ ଏକ ବିମାନରେ ଗୋଆରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ ଯାତ୍ରୀ । ଅନ୍ୟପଟେ ମନ୍ତ୍ରୀ କାବ୍ରାଲ ମଧ୍ୟ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.