ETV Bharat / bharat

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କୋରୋନା ପଜିଟିଭ୍ - Coronavirus

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କୋରୋନା ସଂକ୍ରମିତ। ବୁଧବାର ମୁଖ୍ୟମନ୍ତ୍ରୀ ପଜିଟିଭ୍ ଆସିଥିବା କହିଛନ୍ତି। ରିପୋର୍ଟ ଅନୁଯାୟୀ, ସାୱନ୍ତ ବର୍ତ୍ତମାନ ହୋମ ଆଇସୋଲେସନରେ ରହିଛନ୍ତି।

ଗୋ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କୋରୋନା ପଜିଟିଭ୍

author img

By

Published : Sep 2, 2020, 12:05 PM IST

ପାନାଜୀ: କୋରୋନା ଫାସରେ ଧୀରେ ଧୀରେ ଫସିବାରେ ଲାଗିଛନ୍ତି ବିଭିନ୍ନ ରାଜ୍ୟର ନେତା ଓ ମନ୍ତ୍ରୀ । ସମସ୍ତଙ୍କୁ ଏହି ଭାଇରସ ତାର କରାୟତ କରିସାରିଲାଣି। ଏବେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ କୋରୋନା ସଂକ୍ରମିତ। ବୁଧବାର ମୁଖ୍ୟମନ୍ତ୍ରୀ ପଜିଟିଭ୍ ଆସିଥିବା କହିଛନ୍ତି। ରିପୋର୍ଟ ଅନୁଯାୟୀ, ସାୱନ୍ତ ବର୍ତ୍ତମାନ ଆଇସୋଲେସନରେ ରହିଛନ୍ତି।

"ମୁଁ ସୂଚନା ଦେବାକୁ ଚାହୁଁଛି ଯେ ମୋତେ କୋଭିଡ୍ ପଜିଟିଭ୍ ଚିହ୍ନଟ କରାଯାଇଛି। ମୋ ପାଖରେ କୌଣସି ଲକ୍ଷଣ ନାହିଁ ତେଣୁ ମୁଁ ହୋମ ଆଇସୋଲେସନରେ ରହିଛି। ମୁଁ ଘରୁ କାମ କରୁବା ସହ ମୋର କର୍ତ୍ତବ୍ୟ ପାଳନ ଜାରି ରଖିବି। ଯେଉଁମାନେ ମୋର ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ ସହ ନମୁନା ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି " ବୋଲି ମନ୍ତ୍ରୀ ଟ୍ବିଟ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଗୋଆରେ ବର୍ତ୍ତମାନ 3,962 ସକ୍ରିୟ କୋଭିଡ୍ ମାମଲା ରହିଛି। ଗୋଆରେ 13,850 ପୁନରୁଦ୍ଧାର ରିପୋର୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହି ଭୂତାଣୁ ଦ୍ବାରା 194 ଜଣଙ୍କର ମୃତ୍ୟୁ ଘଟିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.