ETV Bharat / bharat

ଦେଶର ବୈଶ୍ବିକ ରଣନୀତି ବିପର୍ଯ୍ୟସ୍ତ ହୋଇପଡିଛି: ରାହୁଲ ଗାନ୍ଧୀ - କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଦେଶର ବୈଶ୍ବିକ ରଣନୀତି  ଏବେ ବିପର୍ଯ୍ୟସ୍ତ ହୋଇପଡିଛି । ଏଥିଯୋଗୁଁ ଭାରତ ସବୁଆଡେ ଶକ୍ତି ଓ ସମ୍ମାନ ହରାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Jul 15, 2020, 1:30 PM IST

ନୂଆଦିଲ୍ଲୀ: ଦେଶର ବୈଦେଶିକ ନୀତିକୁ ନେଇ ମୋଦି ସରକାରଙ୍କ ଉପରେ କଟାକ୍ଷ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶର ବୈଶ୍ବିକ ରଣନୀତି ଏବେ ବିପର୍ଯ୍ୟସ୍ତ ହୋଇପଡିଛି । ଏଥିଯୋଗୁଁ ଭାରତ ସବୁଆଡେ ଶକ୍ତି ଓ ସମ୍ମାନ ହରାଉଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ବୁଧବାର ଟ୍ବିଟ କରି ରାହୁଲ ଗାନ୍ଧୀ କହିଛନ୍ତି, ଭାରତର ବୈଶ୍ବିକ ରଣନୀତି ବିପର୍ଯ୍ୟସ୍ତ ହୋଇପଡିଛି । ଆମେ ସବୁ ସ୍ଥାନରେ ଶକ୍ତି ଏବଂ ସମ୍ମାନ ହରାଉଛୁ । ଏଭଳି ସ୍ଥିତିରେ କଣ କରିବା ଉଚିତ ତାହା ଭାରତ ସରକାର ଜାଣି ନାହାଁନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏହି ଟ୍ବିଟ ସହ ସେ ଏକ ସମ୍ବାଦ ରିପୋର୍ଟ ସେୟାର କରିଛନ୍ତି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଇରାନ ସରକାର ଆଫଗାନିସ୍ତାନ ସୀମାରେ ଥିବା ଚାବାହାର ବନ୍ଦରରୁ ଜାହାଡେନ ପର୍ଯ୍ୟନ୍ତ ଏକ ରେଳ ଲାଇନ ନିର୍ମାଣରେ ଅଗ୍ରଗତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଆଫଗାନିସ୍ତାନ ସୀମାରେ ଚାବାହାର ବନ୍ଦରରୁ ଜାହାଡେନ ପର୍ଯ୍ୟନ୍ତ ଏକ ରେଳ ଲାଇନ ନିର୍ମାଣ ପାଇଁ ଭାରତ ଇରାନ ସହ ଚୁକ୍ତି କରିଥିଲା । କିନ୍ତୁ ଆର୍ଥିକ ସହାୟତା ଏବଂ ପ୍ରକଳ୍ପ ଆରମ୍ଭ କରିବାରେ ଭାରତୀୟ ପକ୍ଷରୁ ବିଳମ୍ବ ହେଉଥିବାରୁ ଇରାନ ସରକାର ଏଭଳି ନିଷ୍ପତି ନେଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ରାହୁଲ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗ ନେଇ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି । ମହାମାରୀ କୋରୋନା ପରିସ୍ଥିତିକୁ ନିୟନ୍ତ୍ରଣ କରିବା, ଲଦାଖରେ ଚୀନ୍ ସହ ସଂଘର୍ଷ ହେବା ଭଳି ଅନେକ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.