ETV Bharat / bharat

ଗ୍ରାଜୁଏସନ ପରେ ଝିଅଙ୍କୁ ମିଳିବ ପାସପୋର୍ଟ: ସିଏମ - Girls will get a passport after graduation

ହରିୟାଣାରେ ଛାତ୍ରୀ ମାନଙ୍କୁ ପାସପୋର୍ଟ ମିଳିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ବାଳିକାମାନଙ୍କୁ ସ୍ନାତକ ହାସଲ କରିବା ପରେ ପାସପୋର୍ଟ ଦିଆଯିବ। ଅଧିକ ପଢନ୍ତୁ...

ଗ୍ରାଜୁଏସନ ପରେ ଝିଅଙ୍କୁ ମିଳିବ ପାସପୋର୍ଟ: ସିଏମ

author img

By

Published : Jul 12, 2020, 5:59 PM IST

ନୂଆଦିଲ୍ଲୀ: ହରିୟାଣାରେ ଝିଅମାନଙ୍କୁ ଗ୍ରାଜୁଏସନ ଶେଷ କରିବା ପରେ ହିଁ ଏବେ ପାସପୋର୍ଟ ଦିଆଯିବ । ଏହାର ପୁରା ପ୍ରକ୍ରିୟା ନିଜେ କଲେଜରେ କରାଯିବ । ଶନିବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ 'ହର ସର ହେଲମେଟ' ସମୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି ଘୋଷଣା କରିଛନ୍ତି। ଡା. ମଙ୍ଗଲସେନ ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସିଏମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

'ହର ସର ହେଲମେଟ' କାର୍ଯ୍ୟକ୍ରମ ଅଧୀନରେ, ସିଏମ 100 ଜଣ ଛାତ୍ରଙ୍କୁ ଡ୍ରାଇଭିଂ ଲାଇସେନ୍ସ ଏବଂ ମାଗଣା ହେଲମେଟ ବଣ୍ଟନ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ସମସ୍ତ ବିଧାନସଭାର ଏକ ହଜାର ଛାତ୍ରଛାତ୍ରୀଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ, ଯାହାଦ୍ୱାରା ସେମାନେ ଟ୍ରାଫିକ ନିୟମକୁ ଭଲ ଭାବରେ ପାଳନ କରିପାରିବେ ।

ସିଏମ ମନୋହର ଲାଲ ଖଟ୍ଟର ଆହୁରି କହିଛନ୍ତି ଯେ, ଆଜିର କାର୍ଯ୍ୟକ୍ରମ ରାଜନୈତିକ ବିଷୟଠାରୁ ଭିନ୍ନ । ଏହା ଦୀର୍ଘକାଳୀନ ଫଳାଫଳ ସହିତ ଜଡିତ । ଏହା ଏପରି ଏକ ପ୍ରୋଗ୍ରାମ ଯାହା ଚିନ୍ତାଧାରାକୁ ବଦଳାଇପାରେ । ଆମେ ଲୋକମାନଙ୍କୁ ସଚେତନ କରୁଛୁ ଯେ, କିପରି ଗାଡି ଚଲାଇବା ସମୟରେ ନୀଜ ସହ ଅନ୍ୟର ଜୀବନକୁ ସୁରକ୍ଷିତ ରଖିପାରିବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ପ୍ରତିବର୍ଷ ବହୁ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଘଟୁଛି । ଏଥିରେ ହେଲମେଟ ବିନା ଗାଡି ଚଳାଉଥିବା ଲୋକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଉଛି । ତେବେ ହରିୟାଣାରେ ପ୍ରତି ବର୍ଷରେ ପ୍ରାୟ ସାଢେ 4 ହଜାର ସଡ଼କ ଦୁର୍ଘଟଣା ଘଟୁଛି, ଯେଉଁଥିରେ ପ୍ରତିଦିନ 13 ଜଣଙ୍କର ମୃତ୍ୟୁ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.