ETV Bharat / bharat

କ୍ୟାନ୍ସର ପୀଡିତାଙ୍କୁ ଛାତ୍ରୀମାନଙ୍କ ଚୁଟି ଦାନ - କ୍ୟାନ୍ସର ପୀଡିତାଙ୍କୁ ଚୁଟି ଦାନ

କ୍ୟାନ୍ସର ପୀଡିତାଙ୍କ ମନବଳ ବଢାଇଲା କୋଏମ୍ବାଟୁରର ଏକ ପ୍ରାଇଭେଟ କଲେଜ । 80 ଜଣ ଛାତ୍ରୀ ପୀଡିତାଙ୍କ ମନବଳ ବଢାଇବାକୁ ଦାନ କରିଛନ୍ତି ଚୁଟି ।

girls student donate hair to cancer patients
କ୍ୟାନ୍ସର ପୀଡିତାଙ୍କୁ ଚୁଟି ଦାନ କଲେ ଏହି ଛାତ୍ରୀମାନେ
author img

By

Published : Mar 6, 2020, 10:08 AM IST

କୋଏମ୍ବାଟୁର: ମାରାତ୍ମକ କର୍କଟ ରୋଗ ରୋଗୀକୁ କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ଦୁର୍ବଳ କରିପକାଏ । ଏଭଳି ସ୍ଥଳରେ ସେମାନଙ୍କ ମନୋବଳ ବଢାଇବା ନିତ୍ୟାନ୍ତ ଆବଶ୍ୟକ । ତେଣୁ କିଛି କର୍କଟ ପୀଡିତାଙ୍କ ମନୋବଳ ବଢାଇବାକୁ ସେମିତି କିଛି ଭେଟି ଦେଇଛନ୍ତି ତାମିଲନାଡୁର କୋଏମ୍ବାଟୁରର ଏକ ପ୍ରାଇଭେଟ କଲେଜର ଛାତ୍ରୀ ।

କୋଏମ୍ବାଟୁରର 80ଜଣ ଛାତ୍ରୀ କୌଣସି ଆର୍ଥକ ରୂପରେ ସହାୟତା କରିନାହାଁନ୍ତି । ବରଂ ନିଜର ଚୁଟିକୁ ଦାନ କରି କ୍ୟାନ୍ସର ପୀଡିତାଙ୍କ ପାଇଁ ଆତ୍ମବଳ ସୁଦୃଢ କରିବାକୁ ଚେଷ୍ଟା କରିଛନ୍ତି। କାରଣ କ୍ୟାନ୍ସର ପୀଡିତା ଚିକିତ୍ସା ପାଇଁ କେମୋ ନେବା ପରେ ସେମାନଙ୍କ ଚୁଟି ଉପୁଡି ପଡିଥାଏ । ଖାସ କରି ମହିଳାମାନେ ନିଜ ଚୁଟି ହରାଇବା ପରେ ଆହୁରି ଦୁର୍ବଳ ହୋଇପଡନ୍ତି । କାରଣ ମହିଳାଙ୍କ ସୁନ୍ଦରତା ସେମାନଙ୍କ କେଶ ହୋଇଥାଏ ।

ପାଖାପାଖି 8 ଇଞ୍ଚ ଚୁଟି କାଟି ଦାନ କରାଯାଇଥିବାବେଳେ, ଏମାନଙ୍କ ଚୁଟିରୁ ୱିଗ ତିଆରି କରାଯାଇ କ୍ୟାନ୍ସର ପୀଡିତାଙ୍କୁ ଦିଆଯିବ । ଏଥିପାଇଁ ପ୍ରାରମ୍ଭିକ ଭାବେ 80ଜଣ ଚୁଟି ଦାନ ପାଇଁ ରେଜିଷ୍ଟର କରିବା ପରେ 200 ଜଣ ଦାନ କରିଥିବା ଜଣାପଡିଛି ।

ସୌଜନ୍ୟ:@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.