ଲକ୍ଷ୍ନୌ: ଯୁବତୀଙ୍କୁ ଗଳାକାଟି ହତ୍ୟା କଲା ଯୁବକ । ଉତ୍ତରପ୍ରଦେଶର ଫିରୋଜପୁରରେ ଜଣେ ଯୁବତୀଙ୍କୁ ବାରମ୍ବାର ପିଛା କରି ବିଫଳ ହେବା ପରେ ହତ୍ୟା କଲା ଯୁବକ । ଯୁବତୀ ଜଣକ ଶୁକ୍ରବାର ରାତିରେ ଜମିରେ ଗହମ ଅମଳ କରୁଥିବା ନିଜ ପରିବାର ପାଇଁ ରାତ୍ରି ଭୋଜନ ନେଇ ଯାଉଥିବା ବେଳେ ଉକ୍ତ ଅଞ୍ଚଳର ଯୁବକ ପୱନ ତା ସହ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା । ଏନେଇ ଯୁବତି ଜଣକ ମନା କରିଥିବା ବେଳେ ପିତାମାତାଙ୍କୁ କହିଦେବା ନେଇ ଧମକ ଦେଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା ପୱନ।
ବହୁ ସମୟ ଧରି ଝିଅ ନ ଫେରିବାରୁ ଗ୍ରାମବାସୀଙ୍କ ସହ ସନ୍ଧାନ କରିଥିଲେ । ଏହି ସମୟରେ ଯୁବତୀର ମୃତ ଦେହକୁ ଲୁଚାଇବାକୁ ଆସିଥିବା ପୱନଙ୍କୁ କାବୁ କଲେ ଗ୍ରାମବାସୀ । ପରେ ଅଭିଯୁକ୍ତ ପୱନଙ୍କୁ ପୋଲିସ ହାତରେ ହସ୍ଥାନ୍ତର କରିଥିଲେ ଗ୍ରାମବାସୀ। ଏନେଇ ଥାନାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।
@IANS