ପାକିସ୍ତାନ: ପୋଷ୍ଟରକୁ ନେଇ ପାକରେ ଦେଖାଦେଇଛି ବିବାଦ। ଝିଅର ବସିବା ଭଙ୍ଗୀକୁ ନେଇ ଆପତ୍ତି ଉଠାଇଛି ପାକିସ୍ତାନ। ମହିଳା ଅଧିକାରୀଙ୍କୁ ନେଇ ବାହାରିଥିବା ଏକ ମାର୍ଚ୍ଚରେ ପ୍ରଦର୍ଶିତ ପୋଷ୍ଟରକୁ ନେଇ ହଙ୍ଗାମା ହୋଇଛି। କେବଳ ହଙ୍ଗାମା ନୁହେଁ, ପ୍ରଦର୍ଶନରେ ଆୟୋଜନ କରିଥିବା ମହିଳାଙ୍କ ସହ ଦୁଷ୍କର୍ମ କରିବାକୁ ମଧ୍ୟ ଧମକ ଦିଆଯାଇଛି। ଯାହାକୁ ନେଇ କିଛି ମହିଳା ସମାଜ ବିରୋଧ କରିଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟର ଯୋରସୋରରେ ଭାଇରାଲ ହୋବାରେ ଲାଗିଛି। ଯେଉଁଥିରେ ଜଣେ ଝିଅ ଗୋଡକୁ ଖୋଲା କରି ବସିବା ଭଙ୍ଗୀରେ ଦେଖାଯାଇଛି। ଏହି ପୋଷ୍ଟରଟି କରାଚିରେ ଅଧ୍ୟୟନ କରୁଥିବା 22ବର୍ଷୀୟା ଦୁଇ ଛାତ୍ରୀ ରୁମିଶା ଓ ରଶିଦା ହବିବ ତିଆରି କରିଛନ୍ତି।
ଗୋଡ ଖୋଲା କରି ବସିଥିବା ଏହି ପୋଷ୍ଟରରେ "ଏଠାରେ ମୁଁ ବିଲକୁଲ ଠିକ ଭାବେ ବସିଛି " ବୋଲି ଉର୍ଦ୍ଦୁରେ ଲେଖାଯାଇଥିଲା। ଏହି ପୋଷ୍ଟରେ ଝିଅଟି କଳା ଚଷମ ମଧ୍ୟ ଲଗାଇଛି। ମହିଳାଙ୍କ ସ୍ବାଧୀନତା ଓ ଅଧିକାରକୁ ନେଇ ସ୍ବର ଉଠାଇଥିବା ମହିଳାଙ୍କୁ ପାକିସ୍ତାନର କିଛି କଟ୍ଟରପନ୍ଥୀ ବିଲକୁଲ ଗ୍ରହଣ କରିପାରି ନାହାନ୍ତି।