ETV Bharat / bharat

ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଆଉ ଏକ ନୂଆ ଦାୟିତ୍ବ

ଇଣ୍ଟର-ପାର୍ଲ୍ୟାମେଣ୍ଟାରୀ ୟୁନିଅନ(IPU)ର ବାହ୍ୟ ଅଡିଟର(External Auditor) ଭାବେ ନିର୍ବାଚିତ ହୋଇଛନ୍ତି ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ। ଯଥାଶୀଘ୍ର ସେ ଏହି ସମ୍ମାନଜନକ ପଦବୀ ଗ୍ରହଣ କରିବେ। ଅଧିକ ପଢ଼ନ୍ତୁ...

author img

By

Published : Nov 20, 2020, 6:26 PM IST

ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଆଉ ଏକ ନୂଆ ଦାୟିତ୍ବ

ନୂଆଦିଲ୍ଲୀ: ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଆଉ ଏକ ନୂଆ ଦାୟିତ୍ବ ମିଳିଛି। ଇଣ୍ଟର-ପାର୍ଲ୍ୟାମେଣ୍ଟାରୀ ୟୁନିଅନ(IPU)ର ବାହ୍ୟ ଅଡିଟର(External Auditor) ଭାବେ ନିର୍ବାଚିତ ହୋଇଛନ୍ତି କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ୍ ଗିରିଶ ଚନ୍ଦ୍ର ମୁର୍ମୁ। ଯଥାଶୀଘ୍ର ଏହି ସମ୍ମାନଜନକ ପଦବୀ ଗ୍ରହଣ କରିବେ ଭାରତର କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ୍ ଗିରିଶ ଚନ୍ଦ୍ର ମୁର୍ମୁ। ଏହାକୁ ନେଇ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବିଜରଲ୍ୟାଣ୍ଡର ସୁପ୍ରିମ ଅଡିଟ୍ ପ୍ରତିଷ୍ଠାନରୁ ଏହି ଦାୟିତ୍ବ ଗ୍ରହଣ କରିବେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ୍ ଗିରିଶ ଚନ୍ଦ୍ର ମୁର୍ମୁ। ମିଳିତ ଜାତିସଂଘ ସାଧାରଣ ସଭାରେ ଇଣ୍ଟର-ପାର୍ଲ୍ୟାମେଣ୍ଟାରୀ ୟୁନିଅନର ବାହ୍ୟ ଅଡିଟର ପଦବୀ ଏକ ପର୍ଯ୍ୟବେକ୍ଷକ ମାନ୍ୟତା। ଏହାର କାର୍ଯ୍ୟକାଳ 3 ବର୍ଷ ରହିଥାଏ। ବର୍ତ୍ତମାନ ଗିରିଶ ଚନ୍ଦ୍ର ମୁର୍ମୁ ଏହି ଦାୟିତ୍ବ ନେବାକୁ ଯାଉଛନ୍ତି।

ଚଳିତ ବର୍ଷ ଅଗଷ୍ଟ 20 ତାରିଖରେ ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର ନୂଆ ସିଏଜି ଭାବେ ନିଯୁକ୍ତ ହୋଇଥିଲେ। ଏହାପୂର୍ବରୁ ସେ ଜମ୍ମୁର ଉପରାଜ୍ୟପାଳ ଦାୟିତ୍ବରେ ମଧ୍ୟ ରହିଥିଲେ। 370 ଉଚ୍ଛେଦ ପରେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠିତ ଜମ୍ମୁର ପ୍ରଥମ ଉପରାଜ୍ୟପାଳ ନିଯୁକ୍ତ ହୋଇଥିଲେ । 60 ବର୍ଷୀୟ ମୁର୍ମୁ 1985 ବ୍ୟାଚ ଗୁଜୁରାଟ କ୍ୟାଡରର ଆଇଏଏସ ଅଧିକାରୀ । ସେ 31 ଅକ୍ଟୋବର 2019ରେ ଜାମ୍ମୁ ଓ କାଶ୍ମୀରର ପ୍ରଥମ ଏଲଜି ଭାବେ ପଦଭାର ସମ୍ଭାଳିଥିଲେ । ମୁର୍ମୁ 9 ମାସ କାଳ ଜମ୍ମୁର ଉପରାଜ୍ୟପାଳ ପଦରେ କାର୍ଯ୍ୟ ଭାର ସମ୍ଭାଳିଥିଲେ। 1959 ମସିହା ନଭେମ୍ବର 21 ତାରିଖରେ ମୟୁରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଗିରୀଶ ଚନ୍ଦ୍ର ମୁର୍ମୁ। ଏହାପରେ ଉତ୍କଳ ବିଶ୍ବବିଦ୍ୟାଳୟରେ ନିଜ ସ୍ନାତ୍ତୋକତ୍ତର ଶେଷ କରିଥିଲେ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.