ETV Bharat / bharat

‘ପୁରୁଣା ଭାରତ ଚାହୁଁଛି କଂଗ୍ରେସ’ - mob-lynching

ପୁରୁଣା ଭାରତରେ ମୁସଲମାନ ଏବଂ ଦଳିତ ଆହତ ହେଲେ ହିନ୍ଦୁଙ୍କୁ କଷ୍ଟ ଅନୁଭବ ହେଉଥିଲା । ହିନ୍ଦୁଙ୍କ ରକ୍ତ ବୋହିଲେ ମୁସଲମାନ ଏବଂ ଦଳିତ ଲୁହ ଗଡାଉଥିଲେ । କିନ୍ତୁ ମୋଦିଙ୍କ ନ୍ୟୁ ଇଣ୍ଡିଆରେ କେବଳ ଘୃଣା ଏବଂ ହିଂସା ରହିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଗୁଲାମ ନବୀ ଆଜାଦ ।

ଫାଇଲ ଫଟୋ
author img

By

Published : Jun 24, 2019, 8:37 PM IST

ନୂଆଦିଲ୍ଲୀ: ପୁରୁଣା ଭାରତ ଚାହୁଁଛି କଂଗ୍ରେସ । ଯେଉଁଠି ପ୍ରେମ ଏବଂ ସହନଶୀଳତା ଥିଲା । ପୁରୁଣା ଭାରତରେ ମୁସଲମାନ ଏବଂ ଦଳିତ ଆହତ ହେଲେ ହିନ୍ଦୁଙ୍କୁ କଷ୍ଟ ଅନୁଭବ ହେଉଥିଲା । ହିନ୍ଦୁଙ୍କ ରକ୍ତ ବୋହିଲେ ମୁସଲମାନ ଏବଂ ଦଳିତ ଲୁହ ଗଡାଉଥିଲେ । କିନ୍ତୁ ମୋଦିଙ୍କ ନ୍ୟୁ ଇଣ୍ଡିଆରେ କେବଳ ଘୃଣା ଏବଂ ହିଂସା ରହିଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଗୁଲାମ ନବୀ ଆଜାଦ ।

ସୋମବାର ରାଜ୍ୟସଭାରେ ଗୁଲାମ ନବୀ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ଏହି ସମୟରେ ଝାଡଖଣ୍ଡର ଭିଡ ହିଂସା ପ୍ରସଙ୍ଗ ଉଠାଇ ମୋଦିଙ୍କୁ ସମାଲୋଚନା କରିଛନ୍ତି ସେ । ଝାଡଖଣ୍ଡ ଭିଡ ହତ୍ୟା ଏବଂ ହିଂସାର କାରଖାନା ପାଲଟିଛି । ପ୍ରତି ସପ୍ତାହରେ ସେଠାରେ ମୁସଲମାନ ଏବଂ ଦଳିତଙ୍କ ହତ୍ୟା କରାଯାଉଥିବା ଅଭିଯୋଗ କରିଛନ୍ତି ଗୁଲାମ ନବୀ । ଏହା ସହିତ ସେ ମୋଦିଙ୍କ ନ୍ୟୁ ଇଣ୍ଡିଆକୁ ସମାଲୋଚନା କରି କହିଛନ୍ତି, ପୁରୁଣା ଭାରତରେ ଘୃଣା, ରାଗ କି ଭିଡ ହିଂସା ନଥିଲା । କିନ୍ତୁ ନ୍ୟୁ ଇଣ୍ତିଆରେ ମଣିଷ ହିଁ ମଣିଷର ଶତୃ ପାଲଟିଯାଇଛି । ନ୍ୟୁ ଇଣ୍ଡିଆରେ ବନ୍ୟଜନ୍ତୁଙ୍କୁ ଦେଖିଲେ ଭୟ ଲାଗୁନାହିଁ, କିନ୍ତୁ ରାସ୍ତାଘାଟରେ ମଣିଷ ମାନଙ୍କୁ ଦେଖିଲେ ଭୟ ଲାଗୁଛି ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଝାଡଖଣ୍ଡରେ ଗତକାଲି ତଥାକଥିତ ହିନ୍ଦୁ ବାହିନୀ ଜଣେ ମୁସଲମାନ ଯୁବକଙ୍କୁ ଏକ ଖୁଣ୍ଟିରେ ବାନ୍ଧି ପିଟିଥିଲେ ଏବଂ ତାଙ୍କୁ ଜୟ ଶ୍ରୀରାମ ଓ ଜୟ ହନୁମାନ ନାରା ଦେବାକୁ ବାଧ୍ୟ କରାଇଥିଲେ ।

Intro:Body:

dfx

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.