ETV Bharat / bharat

କୃଷି ବିଲ୍‌କୁ ବିରୋଧ: ରାଷ୍ଟ୍ରପତିଙ୍କୁ ଭେଟିଲେ ଗୁଲାମନବୀ - ଗୁଲାମନବୀ ଆଜାଦ

ବୁଧବାର କୃଷି ବିଧେୟକ ଓ 8 ସାଂସଦଙ୍କ ନିଲମ୍ବନକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି କଂଗ୍ରେସ ସାଂସଦ । ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ବରେ କଂଗ୍ରେସର ସାଂସଦମାନେ ବୁଧବାର ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି । ଅଧିକ ପଢନ୍ତୁ...

କୃଷି ବିଲ୍‌କୁ ବିରୋଧ: ରାଷ୍ଟ୍ରପତିଙ୍କୁ ଭେଟିଲେ ଗୁଲାମନବୀ

author img

By

Published : Sep 23, 2020, 7:28 PM IST

ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇସାରିଥିବା କୃଷି ବିଧେୟକକୁ ନେଇ ବଢୁଛି ଉତ୍ତେଜନା । ବିଲ ପାରିତ ହେବା ସମୟରେ ଗୃହରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା । ସଂସଦର ମର୍ଯ୍ୟାଦା ହାନୀ ନେଇ 8 ସାଂସଦଙ୍କୁ ନିଲମ୍ବନ କରିବାକୁ ମଧ୍ୟ ପଡିଥିଲା । ତେବେ ବୁଧବାର କୃଷି ବିଧେୟକ ଓ 8 ସାଂସଦଙ୍କ ନିଲମ୍ବନକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି କଂଗ୍ରେସ ସାଂସଦ ।

ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ବରେ କଂଗ୍ରେସର ସାଂସଦମାନେ ବୁଧବାର ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି । ଘଟଣାକୁ ନେଇ 16 ବିରୋଧୀ ଦଳ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

କଂଗ୍ରେସ ନେତା ଗୁଲାମ ନବୀ କହିଛନ୍ତି, ମତର କୌଣସି ବିଭାଜନ ନଥିଲା, ଧ୍ବନୀ ମତ ନଥିଲା । ଗଣତନ୍ତ୍ରର ମନ୍ଦିରରେ ସମ୍ବିଧାନ କ୍ଷୁର୍ଣ୍ଣ ହୋଇଥିଲା । ଆମେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି କହିଛୁ ଯେ କୃଷି ବିଧେୟକ ଅସାମ୍ବିଧାନିକ ଭାବେ ପାରିତ ହୋଇଛି । ତେବେ ଏହି ବିଲ୍‌କୁ ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି ଗୁଲାମନବୀ ।

କୃଷି ବିଲ ଆଲୋଚନା ସମୟରେ ରାଜ୍ୟସଭା ସମୟ ବୃଦ୍ଧିକୁ ନେଇ ଗୃହରେ ହଙ୍ଗାମା କରିଥିଲେ । ଗୃହ ମଧ୍ୟଭାଗକୁ ଆସି ବିରୋଧୀ ହୋହ୍ଲାଲା କରିଥିଲେ । ତେବେ ଧ୍ବନୀ ମତରେ ରାଜ୍ୟସଭାରେ ବିଲ ପାରିତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.