ନୂଆଦିଲ୍ଲୀ: ଦିଲ୍ଲୀ ପରେ ଏବେ ବିଷ ବଳୟ ଭିତରେ ଉତ୍ତର ପ୍ରଦେଶର ଗାଜିଆବାଦ । ଅତ୍ୟଧିକ ଖରାପ ସ୍ତରରେ ଗତି କରୁଛି ଏଠାକାର ବାୟୁର ଗୁଣବତ୍ତା । ସୋମବାର ଗାଜିଆବାଦର ଲୋନୀ ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି ।
ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ଘଟି 260 କୁ ପହଞ୍ଚିଛି । ଅର୍ଥାତ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଛି । ସୂଚନା ଥାଉକି ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀର ଜାମିୟାମିଲିୟା ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ହିଂସା ପ୍ରଦର୍ଶନ ଚାଲିଛି । ଏଠାରେ ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ର । ଧୂଆଁ କାରଣରୁ ଦିଲ୍ଲୀ ନିକଟସ୍ଥ ସମସ୍ତ ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି ।