ETV Bharat / bharat

କୋଲକାତାରେ ପରୀକ୍ଷା ପାଇଁ ଦେବାକୁ ପଡ଼ିବ କୋରୋନା ନେଗେଟିଭ ପ୍ରମାଣପତ୍ର

author img

By

Published : Jun 18, 2020, 7:21 PM IST

କୋରୋନା ନେଗେଟିଭ ପ୍ରମାଣପତ୍ର ନଦେଲେ ଛାତ୍ରଛାତ୍ରୀ ଦେଇପାରିବେନି ICSE ଏବଂ ISC ପରୀକ୍ଷା । ଏଭଳି ଏକ ନିୟମ କରିଛନ୍ତି କୋଲକାତାର ଏକ ଖ୍ୟାତିସମ୍ପନ୍ନ ଘରୋଇ ବିଦ୍ୟାଳୟ । ଅଧିକ ପଢନ୍ତୁ...

ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଦେବାକୁ ପଡ଼ିବ କୋରୋନା ନେଗେଟିଭ ପ୍ରମାଣପତ୍ର: କୋଲକାତା ସ୍କୁଲ

କୋଲକାତା: କୋରୋନା ନେଗେଟିଭ ପ୍ରମାଣପତ୍ର ନଦେଲେ ଛାତ୍ରଛାତ୍ରୀ ଦେଇପାରିବେନି ICSE ଏବଂ ISC ପରୀକ୍ଷା । ଏଭଳି ଏକ ନିୟମ କରିଛନ୍ତି କୋଲକାତାର ଏକ ଖ୍ୟାତିସମ୍ପନ୍ନ ଘରୋଇ ବିଦ୍ୟାଳୟ । ଏବେ କୋରୋନା ଆତଙ୍କରେ ସାରା ବିଶ୍ବ ଆତଙ୍କିତ । ଏହି କାରଣରୁ ଦୀର୍ଘ 3 ମାସ ଧରି ସ୍କୁଲ କଲେଜ ସବୁ ବନ୍ଦ ଥିଲା । ତେବେ ଏହି ସମୟରେ କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (CISCE) ପକ୍ଷରୁ ପିଲାଙ୍କୁ ବିଚାରାଧୀନ ବୋର୍ଡ ପରୀକ୍ଷା ପାଇଁ ହାଜର ହେବାକୁ ଅନୁମତି ଦେଇଛନ୍ତି ଏବଂ ବିଭାଗୀୟ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ ମଧ୍ୟ ଏକ ବିକଳ୍ପ ଦେଇଛନ୍ତି ।

ଦେଶବ୍ୟାପୀ ଲକଡାଉନ କାରଣରୁ ସ୍ଥଗିତ ରଖାଯାଇଥିବା ପରୀକ୍ଷା ଜୁଲାଇ 1 ରୁ 14 ମଧ୍ୟରେ ହେବାର କାର୍ଯ୍ୟକ୍ରମ ରହିଛି। ଯଦି ୱାର୍ଡ ପରୀକ୍ଷା ପାଇଁ ଆଗ୍ରହୀ, ତେବେ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ କୋରୋନା ନେଗେଟିଭ ପ୍ରମାଣପତ୍ର ଆଣିବାକୁ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି । ଏନେଇ ବୁଧବାର ଦିନ ଘରୋଇ ବିଦ୍ୟାଳୟର ୱେବସାଇଟରେ ଏକ ବିଜ୍ଞପ୍ତି ପୋଷ୍ଟ କରାଯାଇଥିବା ଜଣାପଡିଛି ।

କାରଣ ଏହି ଘରୋଇ ସ୍କୁଲ ଏକ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଅବସ୍ଥିତ । ତେଣୁ ସମସ୍ତଙ୍କ ସ୍ବାସ୍ଥ୍ୟକୁ ଧ୍ୟାନ ଦେଇ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଅଗଷ୍ଟାଇନ ଡେ ସ୍କୁଲର ପ୍ରିନ୍ସପାଲ୍ ଆର ଏସ୍ ଗାସପର୍ କହିଛନ୍ତି । ବିଜ୍ଞପ୍ତି ଅନୁଯାୟୀ, ଜୁନ 25 ସୁଦ୍ଧା ପରୀକ୍ଷାର୍ଥୀମାନଙ୍କର କୋରୋନା ନେଗେଟିଭ ରିପୋର୍ଟ ସ୍କୁଲରେ ଦାଖଲ କରିବାକୁ ପଡ଼ିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.