ETV Bharat / bharat

କୋଭିଡ-19 ଚିକିତ୍ସା ପାଇଁ ଜର୍ମାନ ଗବେଷକଙ୍କୁ ମିଳିଲା ସମ୍ଭାବ୍ୟ କୋଷର ସନ୍ଧାନ

author img

By

Published : May 17, 2020, 6:29 AM IST

ଅନ୍ୟ ଭୂତାଣୁ ମଣିଷ ଶରୀରରେ ମୁଖ୍ୟ କୋଷର ପ୍ରୋଟିନ ସଂଶ୍ଲେଷଣରେ ବାଧା ସୃଷ୍ଟି କରୁଥିବା ବେଳେ SARS-CoV-2 କ୍ଷେତ୍ରରେ ଏହା ସାମାନ୍ୟ ଭିନ୍ନ । ଏହା ମୁଖ୍ୟ କୋଷର ପ୍ରୋଟିନ ସଂଶ୍ଲେଷଣକୁ ଖୁବ କମ ପ୍ରଭାବିତ କରିଥାଏ ।

covid-19, treatment of covid-19, german researcher's findings, କୋଭିଡ-19, କୋଭିଡ-19 ଚିକିତ୍ସା, ଜର୍ମାନୀ ଗବେଷକଙ୍କ ସନ୍ଧାନ, SARS-CoV-2
କୋଭିଡ-19 ଚିକିତ୍ସା ପାଇଁ ଜର୍ମାନ ଗବେଷକଙ୍କୁ ମିଳିଲା ସମ୍ଭାବ୍ୟ କୋଷର ସନ୍ଧାନ

ଲଣ୍ଡନ: କୋରୋନା ସଂକ୍ରମଣ ପାଇଁ ଦାୟୀ SARS-CoV-2କୁ ମୂଳପୋଛ କରିବା ସହ କୋରୋନାର ଚିକିତ୍ସା ପାଇଁ ଜର୍ମାନୀ ଗବେଷକଙ୍କ ହାତରେ ଲାଗିଛି ନୂଆ ଉପଲବ୍ଧି । ପରୀକ୍ଷଣ ଦ୍ବାରା ଗବେଷକଙ୍କୁ ମିଳିଛି ସମ୍ଭାବ୍ୟ କୋଷର ସନ୍ଧାନ ଯାହାକୁ ଟାର୍ଗେଟ କରି ଏହି ଭୂତାଣୁକୁ ନଷ୍ଟ କରାଯାଇପାରେ ବୋଲି ଗବେଷକମାନେ ମତ ପୋଷଣ କରିଛନ୍ତି ।

ଜର୍ମାନର ଗୋଏଥ ୟୁନିଭର୍ସିଟି ଓ ଫ୍ରାଙ୍କଫୁଟ ୟୁନିଭର୍ସିଟି ହସ୍ପିଟାଲର ବାୟୋକେମିଷ୍ଟ ଓ ଭାଇରୋଲୋଜିଷ୍ଟଙ୍କ ଏକ ଟିମ ଲ୍ୟାବରେ ମଡେଲ ଓ କମ୍ପାଉଣ୍ଟକୁ ନେଇ ଏକ ସିରିଜ ପରୀକ୍ଷଣ କରିଥିଲେ । ଏହାଦ୍ବାରା ସେମାନେ ଏପରି କୋଷର ସନ୍ଧାନ କରିଛନ୍ତି ଯାହା SARS-CoV-2 ଭୂତାଣୁର ବଂଶବୃଦ୍ଧି ରୋକିବା ସହ ଏହାକୁ ନଷ୍ଟ କରିବାରେ ମଧ୍ୟ ସାହାଯ୍ୟ କରିବ ।

ଏନେଇ ଗବେଷକମାନେ ମତ ଦେଇଛନ୍ତି କି ଏହି ସନ୍ଧାନ ଆଗକୁ ଅନେକ ଆକ୍ଟିଭ ସବଷ୍ଟାନ୍ସ ସୃଷ୍ଟି ସହ ଭୂତାଣୁ ସହ ଲଢିବା ପାଇଁ ବିଭିନ୍ନ ଡ୍ରଗ୍ସ ପ୍ରସ୍ତୁତିରେ ମଧ୍ୟ ସାହାଯ୍ୟ କରିବ । ଏହି ତଥ୍ୟ ନିକଟରେ ‘ନେଚର’ ଜର୍ଣ୍ଣାଲରେ ପ୍ରକାଶ ପାଇଥିଲା । ଯାହାକୁ ନେଇ ଏକ ଆମେରିକୀୟ ସଂସ୍ଥା କହିଥିଲା କି ଏହା ବର୍ତ୍ତମାନ ଏହି ବିଷୟ ଆଧାରରେ ଗବେଷଣା ଆରମ୍ଭ କରିଛି । ଏଥିସହ ଏକ କାନାଡିଆନ ସଂସ୍ଥା ମଧ୍ୟ ସମାନ ମନ୍ତବ୍ୟ ଦେଇ କହିଥିଲା କି ଏହି ତଥ୍ୟକୁ ନେଇ କ୍ଲିନିକାଲ ଟେଷ୍ଟିଂ ଆରମ୍ଭ ହୋଇଛି ।

ଜିଓଥ ୟୁନିଭର୍ସିଟିର ଇନଷ୍ଟିଚ୍ୟୁଟ ଫର ବାୟୋକେମିଷ୍ଟ୍ରି 2ରେ ବିକଶିତ ଏହି ତଥ୍ୟକୁ ନେଇ ଉଭୟ ୟୁନିଭର୍ସିଟିର ଗବେଷକମାନେ ଏକାଠି ଦର୍ଶାଇଛନ୍ତି କି SARS-CoV-2 ସଂକ୍ରମଣ ମଣିଷ ଶରୀରରେ କୋଷ ସଂରଚନାରେ କିପରି ପରିବର୍ତ୍ତନ ଆଣିଥାଏ । ସେମାନେ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ମାସ ସ୍ପେକ୍ଟ୍ରୋମେଟ୍ରି ବା ମେପ୍ରୋଡ ପ୍ରକ୍ରିୟାର ବ୍ୟବହାର କରିଥାଆନ୍ତି । ଏହି ପ୍ରକ୍ରିୟା କିଛି ମାସ ତଳେ ଗବେଷକମାନେ ସନ୍ଧାନ କରିଥିବା ବେଳେ ଏହା ଦ୍ବାରା ଗୋଟିଏ କୋଷ ମଧ୍ୟରେ ଶହ ଶହ ପ୍ରୋଟିନ କଣିକାର ସଂଶ୍ଲେଷଣ ପ୍ରକ୍ରିୟା ସ୍ପଷ୍ଟ ଭାବେ ଜାଣି ହୁଏ ।

ସେପଟେ ମେପ୍ରୋଡ ପ୍ରକ୍ରିୟା ଦ୍ବାରା ସମ୍ଭବ ହୋଇଥିବା ଅନୁସନ୍ଧାନ ନେଇ ଖୁସି ବ୍ୟକ୍ତ କରିବା ସହ ଏହି ସନ୍ଧାନ କେତେ ସକ୍ଷମ ତାହା ପ୍ରକାଶ କରିଛନ୍ତି ଅଧ୍ୟୟନର ମୁଖ୍ୟ ପ୍ରକାଶକ ଗୋଏଥ ୟୁନିଭର୍ସିଟିର କ୍ରିଷ୍ଟିଆନ ମଞ୍ଚ । ସେ ଏହା ମଧ୍ୟ କହିଛନ୍ତି କି ଏହି ପ୍ରକ୍ରିୟା କୋଷ ପରମ୍ପରା ଆଧାରିତ ହୋଇଥିବା ବେଳେ ଏଥିରେ ଆଗକୁ ଆହୁରି ଅନୁସନ୍ଧାନର ଆବଶ୍ୟକତା ରହିଛି ।

ଅନ୍ୟ ଭୂତାଣୁ ମଣିଷ ଶରୀରରେ ମୁଖ୍ୟ କୋଷର ପ୍ରୋଟିନ ସଂଶ୍ଲେଷଣରେ ବାଧା ସୃଷ୍ଟି କରୁଥିବା ବେଳେ SARS-CoV-2 କ୍ଷେତ୍ରରେ ଏହା ସାମାନ୍ୟ ଭିନ୍ନ । ଏହା ମୁଖ୍ୟ କୋଷର ପ୍ରୋଟିନ ସଂଶ୍ଲେଷଣକୁ ଖୁବ କମ ପ୍ରଭାବିତ କରିଥାଏ । ଅନ୍ୟପଟେ ଏହା ନିଜେ ନିଜ କୋଷ ମଧ୍ୟରେ ପ୍ରୋଟିନ ସଂଶ୍ଲେଷଣକୁ ଏତେ ମାତ୍ରାରେ ବଢାଇଦିଏ କି ଏହା ଶରୀରର ଅନ୍ୟ କୋଷ ଉପରେ ଭାରି ପଡିଯାଏ । ଏହି ଗୁଣ SARS-CoV-2ର ଏକ ଦୁର୍ବଳ ଅଂଶ ଥିବାରୁ ଗବେଷକମାନେ ପ୍ରଥମେ ଏହାକୁ ନଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଏଥିପାଇଁ ଟ୍ରାନ୍ସଲେସନ ଇନହିବିଟର୍ସର ବ୍ୟବହାର କରି SARS-CoV-2 ମଧ୍ୟରେ ପ୍ରୋଟିନ ସଂଶ୍ଲେଷଣକୁ ରୋକାଯାଇଥିଲା ।

ସଂକ୍ରମଣର 24 ଘଣ୍ଟା ମଧ୍ୟରେ ଏହି ଭୂତାଣୁ ଶରୀରର ମୁଖ୍ୟ କୋଷର କାର୍ଯ୍ୟକାରିତାକୁ ଧିମା କରିବା ସହ ଶରୀରରେ କୋଲେଷ୍ଟେରୋଲ ମେଟାବୋଲିଜିମ ହ୍ରାସ ପାଏ । ଏଥିସହ କାର୍ବୋହାଇଡ୍ରେଟ ମେଟାବୋଲିଜିମ ଓ ଆରଏନଏରୁ ପ୍ରୋଟିନର ମୋଡିଫିକେସନ ପ୍ରକ୍ରିୟା ଦୃତ ହୋଇଥାଏ । ତେବେ ଗବେଷଣା କରି ଇନହିବିଟର୍ସ ଦ୍ବାରା ଗବେଷକମାନେ SARS-CoV-2ରେ ପ୍ରୋଟିନ ସଂଶ୍ଲେଷଣକୁ ରୋକିବାରେ ସକ୍ଷମ ହେଲେ।

ସମାନ ଭାବେ ଭାଇରାଲ ଜିନୋମରେ ବ୍ଲକ ସୃଷ୍ଟି କରୁଥିବା ପଦାର୍ଥ ଦ୍ବାରା ମଧ୍ୟ ଗବେଷକମାନେ ସମାନ ଫଳାଫଳ ପାଇଥିଲେ । ଅନୁଧ୍ୟାନ ମୁତାବକ ଭାଇରାଲ ପ୍ରଜନନକୁ ରୋକିପାରୁଥିବା ପଦାର୍ଥ ମଧ୍ୟରେ ରହିଛି 2-Deoxy-D-Glucose (2-DG) । ଏହା କାର୍ବୋହାଇଡ୍ରେଟ ମେଟାବୋଲିଜିମ ସହ ସିଧାସଳଖ ମିଶି ଭାଇରାଲ ପ୍ରଜନନକୁ ରୋକିବାରେ ସାହାଯ୍ୟ କରିଥାଏ ।

ଆମେରିକୀୟ କମ୍ପାନୀ ମୋଲିକ୍ୟୁଲିନ ବାୟୋଟେକ ମଧ୍ୟ 2-DG ସହ ସମାନ ଏକ ପଦାର୍ଥର ଆବିଷ୍କାର କରିଥିଲା । ଯାହାର ନାମ ରହିଥିଲା WP1122 । ଏହି ପଦାର୍ଥର ବ୍ୟବହାରରେ ପୂର୍ବରୁ ଅନେକ ଡ୍ରଗ୍ସ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଯାହା SARS-CoV-2କୁ ନଷ୍ଟ କରିବାରେ ସହାୟକ ହୋଇଛି । ତେଣୁ ବର୍ତ୍ତମାନ ଗବେଷକମାନେ ଖୋଜି ବାହାର କରିଥିବା ତଥ୍ୟ ଏହି ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେବା ସହ କୋରୋନା ବିରୋଧୀ ଯୁଦ୍ଧରେ ସଫଳତା ହେବ ବୋଲି ଆଶା ରଖିଛନ୍ତି ସମ୍ପୃକ୍ତ ଗବେଷକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.