ETV Bharat / bharat

ଭାରତ ଓ ଆମେରିକା ମଧ୍ୟରେ ଜିଓସ୍ପ୍ୟାଟିଆଲ୍ କୋ-ଅପରେସନ ଚୁକ୍ତିନାମା ସ୍ବାକ୍ଷର

ଭାରତ ଓ ଆମେରିକା ମଧ୍ୟରେ ଜିଓସ୍ପ୍ୟାଟିଆଲ କୋ-ଅପରେସନ ଚୁକ୍ତିନାମା ସ୍ବାକ୍ଷର ହୋଇଛି। 2+2 ମନ୍ତ୍ରୀ ସ୍ତରୀୟ କଥାବାର୍ତ୍ତାର ତୃତୀୟ ପର୍ଯ୍ୟାୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଅଧିକ ପଢ଼ନ୍ତୁ...

ଭାରତ ଓ ଆମେରିକା ମଧ୍ୟରେ ଜିଓସ୍ପ୍ୟାଟିଆଲ୍ କୋଅପରେସନ୍ ଚୁକ୍ତିନାମା ସ୍ବାକ୍ଷର

author img

By

Published : Oct 26, 2020, 10:26 PM IST

ନୂଆଦିଲ୍ଲୀ: ଆଜି(ସୋମବାର) ଭାରତ ଓ ଆମେରିକା ମଧ୍ୟରେ ବିଭିନ୍ନ ସାମରିକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି। ଏହି ଅବସରରେ ଦୁଇ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ପରସ୍ପରକୁ ସହଯୋଗ ଆହୁରୀ ଗଭୀର କରାଯିବାକୁ ଆଲୋଚନା ହୋଇଛି। ଏନେଇ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇଛନ୍ତି।

ଆସନ୍ତା ମଙ୍ଗଳବାର ଉଭୟ ଦେଶ ମଧ୍ୟରେ 2+2 ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ପୂର୍ବରୁ ଏହି ଆଲୋଚନା ହୋଇଥିଲା। ଆମେରିକାର ପ୍ରତପକ୍ଷ ମାର୍କ ଟିଏସପର ଏହି ଆଲୋଚନାରେ ଉପସ୍ଥିତରେ ରହିଥିଲେ। ଏହି ଅବସରରେ ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଆଲୋଚନା ଫଳପ୍ରଦ ହୋଇଥିବା ନେଇ ପ୍ରତିରକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି।

ଆଲୋଚନା ପରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, "ଏହି ଆଲୋଚନା ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ଓ ପରସ୍ପରକୁ ସହଯୋଗ କରିବାରେ ନୂତନ ଅଧ୍ୟାୟ ସୃଷ୍ଟି କରିବ।"

ଆମେରିକାରେ ବୈଦେଶିକ ସଚିବ ଓ ପ୍ରତିରକ୍ଷା ସଚିବଙ୍କ ସହ ରାଜନାଥ ସିଂହ ଓ ଭାରତର ବୈଦେଶିକ ସଚିବ ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିଥିଲେ। 2+2 କଥାବାର୍ତ୍ତା ତୃତୀୟ ପର୍ଯ୍ୟାୟରେ ଏହି ଆଲୋଚନା ହୋଇଛି। ଏହି ଅବସରେ ଭାରତ ଓ ଆମେରିକା ମଧ୍ୟରେ ଗୋଟିଏ ଚୁକ୍ତି ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଛି।

ଭାରତ ଏବଂ ଆମେରିକା ମଧ୍ୟରେ ଥିବା ସାମରିକ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ କରିବାକୁ ମଧ୍ୟରୁ ଜିଓସ୍ପ୍ୟାଟିଆଲ୍ କୋଅପରେସନ୍ ପାଇଁ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହାପୂର୍ବରୁ ଭାରତ ଓ ଆମେରିକା ମଧ୍ୟରେ 3ଟି ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଛି। 2016ରେ ଲଜିଷ୍ଟିକ୍ ଏକ୍ସଚେଞ୍ଜ ମେମୋରେଣ୍ଡମ୍ ଅଫ୍ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ସେହିଭଳି 2018 ରେ ଯୋଗାଯୋଗ ସୁସଙ୍ଗତତା ଏବଂ ସୁରକ୍ଷାକୁ ନେଇ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଏହାପରେ 2019ରେ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଆନେକ୍ସ ଜେନେରାଲ୍ ସିକ୍ୟୁରିଟି ଅଫ୍ ମିଲିଟାରୀ ସୂଚନା ଚୁକ୍ତିନାମା ସ୍ବାକ୍ଷର ହୋଇଛି।

ସେପ୍ଟେମ୍ବର 2 ତାରଖରେ ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ 2+2 ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହାପରେ 2019 ରେ ୱାଶିଂଟନ୍ ଡିସିରେ ଦ୍ବିତୀୟ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ହୋଇଥିଲା।

@ians

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.