ETV Bharat / bharat

ଅଡୁଆରେ ସରକାର, ଚାଷୀଙ୍କ ସୁଇସାଇଡ ନୋଟରେ ମୁଖ୍ୟମନ୍ତ୍ରୀଙ୍କ ନାଁ - farmer

କୃଷି ଋଣ ସହ୍ୟ ନ କରିପାରି ରାଜସ୍ଥାନରେ ଜଣେ ଚାଷୀଙ୍କ ଆତ୍ମହତ୍ୟା ।

ଫାଇଲ ଫଟୋ
author img

By

Published : Jun 25, 2019, 9:13 PM IST

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଭୋଟ ହାସଲ କରିବା ପାଇଁ ସମସ୍ତ ଦଳ ପ୍ରଥମେ ଚାଷୀଙ୍କ ସମସ୍ୟାର ସମାଧାନ କରିବା ସହିତ ସେମାନଙ୍କ କୃଷି ଋଣ ଛାଡ କରିବା ପାଇଁ ବହୁତ ବଡବଡ ପ୍ରତିଶୃତି ଦେଇଥାନ୍ତି । କିନ୍ତୁ କ୍ଷମତାକୁ ଆସିଗଲା ପରେ ସମସ୍ତ ପ୍ରତିଶୃତି ପାଣିର ଗାର ସଦୃଶ ହେବା ଅଭିଯୋଗ ହୋଇଛି । ସେହିଭଳି ରାଜସ୍ଥାନରେ ନୂଆ ସରକାର ହେବା ସମୟରେ କୃଷି ଋଣ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଥିଲେ । ଯାହା ଏବେ ଭୁଲ ପ୍ରମାଣିତ ହୋଇଥିବା ଜଣାପଡିଛି ।

Gehlot-Pilot
ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର

ରାଜସ୍ଥାନର ଶ୍ରୀଗଙ୍ଗାନଗର ସ୍ଥିତ ଠକରୀ ଗାଁର ସୋହନ ଲାଲ ମେଘବାଲ ନାମକ ଜଣେ ଚାଷୀ ନିଜ ସୁଇସାଇଡ ନୋଟରେ ନିଜ ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦାୟୀ କରିଛନ୍ତି । କୃଷି ଋଣ ଛାଡ ନକରିବାରୁ ସେ ଆତ୍ମହତ୍ୟା କରିଥିବା ଲେଖାଯାଇଛି । ଏନଡିଟିବିଙ୍କ କହିବାନୂଯାୟୀ, ସୋହନଲାଲ ଆତ୍ମହତ୍ୟା କରିବା ପୂର୍ବରୁ ଫେସବୁକରେ ଏକ ଭିଡିଓ ଅପଲୋଡ କରିଥିଲେ । ଏକଥା ତାଙ୍କ ପଡୋଶୀ ଜାଣିଥିଲେ ସୁଦ୍ଧା ସେ ତାଙ୍କର ଜୀବନ ବଞ୍ଚାଇ ପାରିନଥିଲେ । ଯେତବେଳେ ପଡୋଶୀ ତାଙ୍କ ସୋହନ ଲାଲଙ୍କ ଘରେ ପହଞ୍ଚିଥିଲେ ସେତବେଳକୁ ସୋହନ ବିଷ ପିଇ ଆତ୍ମହତ୍ୟା କରିଥିଲେ ।

ତେବେ ମୃତ ଚାଷୀ ସୋହନ ଲାଲଙ୍କ ସୁଇସାଇଡ ନୋଟ ବିଷୟରେ ପୋଲିସ ସୋମବାର ପର୍ଯ୍ୟନ୍ତ କୌଣସି ସୂଚନା ଦେଇନଥିଲା । ମାତ୍ର ଲୋକସଭାରେ ସାସଂଦ ନିହାଲ ଚନ୍ଦ ଏହି ଘଟଣା ଉଠାଇବା ପରେ ପୋଲିସ ଘଟଣା ସମ୍ପର୍କରେ ମୁହଁ ଖୋଲିଥିଲା । କିନ୍ତୁ ଏହି ନୋଟ ଉକ୍ତ ଚାଷୀଙ୍କ ହାତଲେଖା କି ନାହିଁ ଜାଣିବା ପାଇଁ ଏକ୍ସପର୍ଟଙ୍କ ଦ୍ବାରା ଯାଞ୍ଚ କରାଯାଉଥିବା ସୂଚନା ଦେଇଛି ପୋଲିସ ।

ମୃତ୍ୟୁ ପୂର୍ବରୁ ଚାଷୀ ଜଣଙ୍କ ଭିଡିଓ ମାଧ୍ୟମରେ ଗେହଲଟ ସରକାରଙ୍କୁ ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇଥିଲେ । ସେ କହିଥିଲେ ମୁଁ ଅସହାୟ ହୋଇ ଆତ୍ମହତ୍ୟା କରୁଛି । କିନ୍ତୁ ସରକାର ମୋର ଅନ୍ୟ ଚାଷୀ ଭାଇଙ୍କର ସମସ୍ୟା ସମାଧାନ କରନ୍ତୁ । ଆଉ ମୁଁ ଯଦି କିଛି ଭୁଲ କରିଛି ତେବେ ମୋ ପରିବାର ଲୋକ ମତେ କ୍ଷମା କରିଦିଅନ୍ତୁ ବୋଲି ମଧ୍ୟ କହିଛନ୍ତି । ଘଟଣାରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି ଯେ, ଏହି ଘଟଣାର ସତ୍ୟାସତ୍ୟ ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ବ୍ୟତୀତ ଆତ୍ମହତ୍ୟା କରିଥିବା ଚାଷୀ କୌଣସି ଋଣ ଭାରରେ ନଥିବା ସେ କହିଛନ୍ତି । ରାଜ୍ୟରେ ଚାଷୀଙ୍କ ଭବିଷ୍ୟତ ଉଜ୍ବଳ କରିବା ପାଇଁ ରାଜସ୍ଥାନ ସରକାର ପ୍ରତିଶୃତି ବଦ୍ଧ ଅଟେ ।

slug-operation and needle left inside
format-pkg
report-sadasiba patra
place-Phulabani(Kandhamal)
date-25.6.2019
କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମାସ୍ରିପଡାର ଜଣେ ନର୍ସିଂ ଛାତ୍ରୀଙ୍କ ଅପରେସନ ସମୟରେ ଛୁଞ୍ଚିର ମୁନ ଛାତି ଭିତରେ ରହିଯାଇଥିବା ଅଭିଯୋଗ ହୋଇଛି  । ଏ ସମ୍ପର୍କରେ ଛାତ୍ରୀ ଜଣକ ଯନ୍ତ୍ରଣା ଅନୁଭବ କରିବାରୁ ଜିଲା ମେଡିକାଲରେ ଅସ୍ତ୍ରୋପଚାର କରାଯାଇଥିବା ଛୁଞ୍ଚି ମୁନକୁ ବାହାର କରାଯାଇପାରିନାହିଁ  । ଅର୍ଥ ଅଭାବରୁ ଅଧିକ ଚିକିତ୍ସା କରିପାରୁନାହାଁନ୍ତି ଏହି ଏଏନଏମ ଛାତ୍ରୀ ଜଣକ  ।
       କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମାସ୍ରିପଡାର ସୁଜାତା ମଲିକ୍  । ଫୁଲବାଣୀ ସରକାରୀ ଏଏନଏମ ସ୍କୁଲର ପ୍ରଥମ ବର୍ଷର ଛାତ୍ରୀ  । ଚଳିତ ବର୍ଷ ଜାନୁୟାରୀରେ ଡାହାଡ ପଟ ଛାତିରେ ଏ ଟ୍ୟୁମର ହୋଇଥିଲା ଏବଂ କଷ୍ଟ ହେବାରୁ ଅପରେସନ କରାଯାଇଥିଲା  । ତେବେ ଅପରେସନ ପରେ କିଛି ଦିନ ପରେ କଷ୍ଟ ହେବାରୁ ପରୀକ୍ଷା କରାଯାଇଥିଲା  । ସିଲେଇ ସମୟରେ ଛୁଞ୍ଚିର ମୁନ ରହିଯାଇଥିବା ଜଣଆପଡିଥିବା ଏବଂ ପୁଣି ଅପରେସନ କରାଯାଇଥିଲା  । କିନ୍ତୁ ବାହାରି ନଥିଲା ଛୁଞ୍ଚିର ମୁନଟି  । ଫଳରେ ଡାକ୍ତର ବ୍ରହ୍ମପୁର ରେଫର୍ କରିଥିଲେ  । ଅର୍ଥାଭାବରୁ ଅପରେସନ କରିପାରୁନାହାଁନ୍ତି କି ପାଠ ମଧ୍ୟ ଜାରିରଖିପାରୁନାହାଁନ୍ତି ବୋଲି କହିଛନ୍ତି ପରିବାର ଲୋକେ  ।
ବାଇଟ୍(1) ଛାତ୍ରୀ
         (2) ଛାତ୍ରୀଙ୍କ ଭାଇ
ଅପରପକ୍ଷରେ ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ତଦନ୍ତ କରାଯାଇଛି ଏବଂ ଛାତ୍ରୀଙ୍କୁ ସମସ୍ତ ସୁବିଧା କିପରି ପାଇବେ ଏବଂ ମାଗଣାରେ ଚିକିତ୍ସା ହେବ ସେ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ସିଡିଏମଓ  । ଅପରେସନ କରିଥିବା ଡାକ୍ତର କୌଣସି ମତ ଦେବାକୁ ମନା କରିଛନ୍ତି  ।
      (3) ଡା. ସମୀର କୁମାର ଦାଶ,ସିଡିଏମଓ ,କନ୍ଧମାଳ
ଅସ୍ତ୍ରୋପଚାର ବେଳେ ଅନେକ ସମୟରେ ଛୋଟ ମୋଟ ଭୂଲ ଭଟକା ହୁଏ  । କିନ୍ତୁ ସେ ଭୂଲକୁ ସୁଧାରିବାକୁ ବ୍ୟବସ୍ଥା ଥିଲେ ହେଁ ଚାରି ମାସ ଧରି ଚୁପ୍ ବସିଛନ୍ତି କର୍ତ୍ତୃପକ୍ଷ,ତାହାହିଁ ବିଡମ୍ବନା  ।
କନ୍ଧମାଳରୁ ସଦାଶିବ ପାତ୍ର ଈଟିଭି ଭାରତ  ।
..........
ଫିଡ୍ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.