ETV Bharat / bharat

ପ୍ଲାଷ୍ଟିକ ନିର୍ମିତ ଜାତୀୟ ପତାକାରେ କଟକଣା ଲଗାଇଲେ ଗେହଲଟ ସରକାର - ଗେହଲଟ ସରକାର

ଗେହଲଟ ସରକାର ପ୍ଲାଷ୍ଟିକ ପତାକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ବଦଳରେ କାଗଜରେ ନିର୍ମିତ ପତାକା ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ଲାଷ୍ଟିକ ନିର୍ମିତ ଜାତୀୟ ପତାକା ଉପରେ କଟକଣା ଲଗାଇଲେ ଗେହଲଟ ସରକାର

author img

By

Published : Aug 26, 2020, 10:37 PM IST

ଜୟପୁର: ଜାତୀୟ ପତାକା ସହ ଜଡିତ ନିୟମକୁ କଡାକଡି ପାଳନ କରିବାକୁ ରାଜସ୍ଥାନର ଗେହଲଟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସରକାର ପ୍ଲାଷ୍ଟିକ ପତାକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ବଦଳରେ କାଗଜରେ ନିର୍ମିତ ପତାକା ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଡିଜିପି, ଜିଲ୍ଲା କଲେକ୍ଟର ଏବଂ ଡିଭିଜନାଲ କମିଶନରଙ୍କୁ ନିର୍ଦ୍ଦେଶର ପାଳନକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗେହଲଟ ସରକାର ।

ତେବେ ଫ୍ଲାଗ୍ କୋଡ୍ -2002 ଏବଂ ରାଷ୍ଟ୍ରୀୟ ଗୌରବ ଅପମାନ ନିବାରଣ ଆଇନ-1971 ର ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରାଯିବ ବୋଲି ଆଦେଶରେ କୁହାଯାଇଛି । ସମସ୍ତ ଜିଲ୍ଲା କଲେକ୍ଟର, ପୋଲିସ ଅଧିକାରୀମାନେ ଜାତୀୟ ମହତ୍ତ୍ବ , ସାଂସ୍କୃତିକ ତଥା କ୍ରୀଡା ଇଭେଣ୍ଟଗୁଡିକରେ ଜାତୀୟ ପତାକାର ସମ୍ମାନ ବଜାୟ ରଖିବା ସହ ଜଡିତ ନିୟମକୁ କଡାକଡି ପାଳନ କରିବାକୁ ନିଶ୍ଚିତ କରିବେ । ଜାତୀୟ ପତାକା ପ୍ରତି ସମ୍ମାନ ବଜାୟ ରଖିବା ପାଇଁ ସାଧାରଣ ଜନତାଙ୍କୁ ଏହା ସହ ଜଡିତ ନିୟମ ବିଷୟରେ ଅବଗତ କରାଇବାକୁ ଆଦେଶରେ କୁହାଯାଇଛି।

ଜାତୀୟ ମହୋତ୍ସବରେ ସାଧାରଣ ଲୋକଙ୍କ ଦ୍ବାରା ପ୍ଲାଷ୍ଟିକରେ ନିର୍ମିତ ପତାକା ପ୍ରଚୁର ପରିମାଣରେ ବ୍ୟବହୃତ ହୁଏ। ପ୍ଲାଷ୍ଟିକରେ ନିର୍ମିତ ପତାକା ଜୈବବିଘଟନ ନୁହେଁ । ତେଣୁ ଏହାର ସ୍ଥାନରେ, କାଗଜରେ ନିର୍ମିତ ପତାକା ବ୍ୟବହାର ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ କାର୍ଯ୍ୟକ୍ରମ ପରେ ପତାକା ଏପଟେ ସେପଟେ ନଫିଙ୍ଗିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.