ETV Bharat / bharat

ଜୁଲାଇ 31ରେ ବିଧାନସଭା ଅଧିବେଶନ ଡକାଇବାକୁ ଚାହୁଁଛନ୍ତି ଗେହଲଟ ସରକାର

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବି ରାଜସ୍ଥାନ କ୍ୟାବିନେଟ ବୈଠକ ଶେଷ । ଜୁଲାଇ 31ରେ ବିଧାନସଭା ଅଧିବେଶନ ଡକାଇବାକୁ ନିଷ୍ପତ୍ତି ନେଇଛନ୍ତି ଗେହଲଟ ସରକାର । ଅଧିକ ପଢନ୍ତୁ...

ଜୁଲାଇ 31ରେ ବିଧାନସଭା ଅଧିବେଶନ ଡକାଇବାକୁ ଚାହୁଁଛନ୍ତି ଗେହଲଟ ସରକାର
ଜୁଲାଇ 31ରେ ବିଧାନସଭା ଅଧିବେଶନ ଡକାଇବାକୁ ଚାହୁଁଛନ୍ତି ଗେହଲଟ ସରକାର
author img

By

Published : Jul 28, 2020, 5:09 PM IST

ଜୟପୁର: ଦିନ ଗଡିବା ସହ ନୂଆ ମୋଡ ନେବାରେ ଲାଗିଛି ରାଜସ୍ଥାନ ରାଜନୀତିର ସସପେନ୍ସ । ଏପରିସ୍ଥିତିରେ ଜୁଲାଇ 31ରେ ବିଧାନସଭା ଅଧିବେଶନ ଡକାଇବାକୁ ନିଷ୍ପତ୍ତି ନେଇଛନ୍ତି ଗେହଲଟ ସରକାର । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରାଜସ୍ଥାନ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ବିଧାନସଭା ଅଧିବେଶ ଡକାଇବା ପାଇଁ ସଂଶୋଧିତ ପ୍ରସ୍ତାବ ଉପରେ ରାଜ୍ୟପାଳଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ନେଇ ଚର୍ଚ୍ଚା ହୋଇଥିବା ଜଣାପଡିଛି ।

ରାଜସ୍ଥାନ ରାଜନୀତିରେ ଜାରି ବିବାଦ ମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ଡକାଇବା ନେଇ କ୍ୟାବିନେଟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଫେରାଇଦେଇଥିଲେ । ତେବେ ପରେ କିନ୍ତୁ କିଛି ସର୍ତ୍ତ ସହ ଅଧିବେଶନ ବସାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ପାଖାପାଖି 2ଘଣ୍ଟା ଧରି ଏହି ବୈଠକ ହୋଇଥିଲା । ତେବେ ବିଧାନସଭା ଅଧିବେଶନ ଡକାଇବାର ସଂଶୋଧିତ ପ୍ରସ୍ତାବ ଉପରେ ରାଜ୍ୟପାଳଙ୍କ ଦ୍ବାରା ଉଠାଯାଇଥିବା ବିନ୍ଦୁ ଉପରେ ଚର୍ଚ୍ଚା ହୋଇଛି ବୋଲି ବୈଠକ ପରେ ରାଜସ୍ଥାନର ଜଣେ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।

ଜୁଲାଇ 31ରେ ବିଧାନସଭା ଅଧିବେଶନ ଡକାଇବାକୁ ଚାହୁଁଛନ୍ତି ଗେହଲଟ ସରକାର

ବୈଠକ ପରେ ରାଜସ୍ଥାନର ପରିବହନମନ୍ତ୍ରୀ ପ୍ରତାପ ସିଂହ ଖାଚରିୟାବାସ କହିଛନ୍ତି ଯେ ଆମେ ରାଜ୍ୟପାଳଙ୍କ ସହ କୌଣସି ମତଭେଦ ଚାହୁଁନୁ । ବିଧାନସଭା ଅଧିବେଶନ ଡକାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସଂଶୋଧିତ ପ୍ରସ୍ତାବକୁ ରାଜଭବନ ପଠାଯିବ ବୋଲି ମନ୍ତ୍ରୀ ସଙ୍କେତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.