ଭୋପାଳ: ମନ୍ଦିରରେ ସକାଳ ସଞ୍ଜ ଶଙ୍ଖନାଦ ସହ ଗୀତା ଶ୍ଲୋକର ଗୁଞ୍ଜରଣ ତ ସମସ୍ତେ ଶୁଣିଥିବେ । ହେଲେ କୌଣସି ଜେଲରୁ ଗୀତା ଶ୍ଲୋକର ଉଚ୍ଚାରଣ ଶୁଣାଯିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର କଥା । ମଧ୍ୟପ୍ରଦେଶର ଏକ ଜେଲରେ ଏବେଠୁ ଶୁଣିବାକୁ ମିଳିବ ଗୀତାର ଶ୍ଲୋକ ।
ଗ୍ବାଲିୟରର ସେଣ୍ଟାଲ ଜେଲରେ କଏଦୀଙ୍କ ମୁହଁରୁ ଶୁଣିବାକୁ ମିଳିବ ଗୀତା ଶ୍ଲୋକ । ଏଥିପାଇଁ ମଧ୍ୟପ୍ରଦେଶ ପୋଲିସର ଏଡିଜିପି ରାଜାବାବୁ ସିଂହ ଜେଲରେ ବନ୍ଦ 700 କଏଦୀଙ୍କୁ ଶ୍ରୀମଦ ଭାଗବତ ଗୀତା ବାଣ୍ଟିଛନ୍ତି ।
ଦଶହରାକୁ ଅଧର୍ମ ଉପରେ ଧର୍ମର ଜୟ ପାଇଁ ପାଳନ କରାଯାଇଥାଏ । ଏଥିପାଇଁ କଏଦୀଙ୍କୁ ଗୀତା ବଣ୍ଟାଯାଇଥିବା ରାଜାବାବୁ କହିଛନ୍ତି ।