ETV Bharat / bharat

ମାନ୍ଦାବସ୍ଥା ମାଡ, 5 ପ୍ରତିଶତକୁ ଖସିଲା ଜିଡିପି

author img

By

Published : Aug 30, 2019, 9:57 PM IST

ଚଳିତ 2019-20 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର 5 ପ୍ରତିଶତକୁ ଖସିଛି । ଏହା ଗତ ସାଢ଼େ ୬ ବର୍ଷରେ ସର୍ବନିମ୍ନ ବୋଲି ଜଣାପଡ଼ିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଦେଶର ଅର୍ଥନୀତି ଉପରେ ପ୍ରଭାବ ପଡିଛି । ଦେଶର ଜିଡିପି ଅଭିବୃଦ୍ଧି ହାର ଖସିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୫.୮ ପ୍ରତିଶତରୁ ଖସି 5 ପ୍ରତିଶତ ରହିଛି ।

ପୂର୍ବବର୍ଷ ତୁଳନାରେ ଚଳିତ 2019-20 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର 5 ପ୍ରତିଶତକୁ ଖସିଛି । ଏହା ଗତ ସାଢ଼େ ୬ ବର୍ଷରେ ସର୍ବନିମ୍ନ ବୋଲି ଜଣାପଡ଼ିଛି । ଉତ୍ପାଦନ କ୍ଷେତ୍ରରେ ଧୀମା ପ୍ରଦର୍ଶନ ଯୋଗୁଁ ଏହି ଜିଡିପି ହାର ହ୍ରାସ ପାଇଥିବା ଜଣାପଡିଛି । କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି ।

କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ଗତବର୍ଷ 5.1 ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ଏହା 2 ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ଉତ୍ପାଦନ କ୍ଷେତ୍ରରେ ଗତବର୍ଷ 12.1 ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ 0.6 ପ୍ରତିଶତକୁ ଖସିଛି ।

ଗତ 2012-13 ଆର୍ଥିକ ବର୍ଷର ଜାନୁଆରୀ-ମାର୍ଚ୍ଚ ମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସର୍ବନିମ୍ନ 4.9 ପ୍ରତିଶତ ରହିଥିଲା । ସେହିପରି 2018-19ରେ ଅର୍ଥନୈତିକ ଅଭିବୃଦ୍ଧି ସର୍ବାଧିକ 8 ପ୍ରତିଶତ ରହିଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.