ETV Bharat / bharat

10 ହଜାର ଟଙ୍କା ଲାଞ୍ଚ ନେଇ ହଟହଟା ହେଲେ ଜେଲ ଓ୍ବାର୍ଡେନ

କନିଷ୍ଠଙ୍କ ଠାରୁ ବରିଷ୍ଠ ଜେଲ୍ ଓ୍ବାର୍ଡେନ ଲାଞ୍ଚ ନେଉଥିବାବେଳେ ଗିରଫ କଲା ଭିଜିଲାନ୍ସ ଟିମ୍ ।

author img

By

Published : Jun 20, 2019, 10:24 AM IST

ପ୍ରତିକାତ୍ମକ ଫଟୋ

ଲକ୍ଷ୍ନୌ: ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍ତରପ୍ରଦେଶର ଗାଜିପୁର ଜେଲ ପୁଣି ଚର୍ଚ୍ଚା ପରିସର ଭୁକ୍ତ ହୋଇଛି । ଜିଲ୍ଲା ଜେଲର ଓ୍ବାର୍ଡେନ ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛି ଭିଜିଲାନ୍ସ ଟିମ୍। 10 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଣ୍ଟି କରପସନ ଟିମ ଜେଲର ଓ୍ବାର୍ଡନଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପରେ ଜେଲକୁ ପଠାଇଦିଆଯାଇଛି ।

ତେବେ କିଛି ଦିନ ପୂର୍ବେ ଜେଲ ଭିତରର ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଜଣେ ବନ୍ଦୀ ମୋବାଇଲ ଫୋନରେ କଥାହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହିଭଳି ଭାବେ ସେମାନେ ଅନେକ କୁକର୍ମରେ ଲିପ୍ତ ରହୁଥିବାବର ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିପାଇଁ ଉପଯୁକ୍ତ ପଦକ୍ଷେପ ମଧ୍ୟ ନିଆଯାଇଥିଲା ।

ଜିଲ୍ଲା ଜେଲରେ ନିଯୁକ୍ତ ଥିବା ଜେଲ ଓ୍ବାର୍ଡେନ ଜ୍ଞାନେନ୍ଦ୍ର ପାଣ୍ଡେ ଛୁଟିରେ ଘରକୁ ଯାଇଥିଲେ । ଯେଉଁଥିପାଇଁ ତାଙ୍କ ବେତନ ମଧ୍ୟ କଟାଯାଇଥିଲା । ତେବେ ପରମୁହୁର୍ତ୍ତରେ ବିଭାଗୀୟ ସ୍ବୁକୃତି ମିଳିବା ପରେ କଟିଥିବା ବେତନକୁ ଲାଗୁ କରାଯାଇଥିଲା । ଏନେଇ ଜ୍ଞାନେନ୍ଦ୍ର ପାଣ୍ଡେ ତାଙ୍କର ବେତନ ଲାଗୁ କରିବା ପାଇଁ ହେଡ ଓ୍ବାର୍ଡେନ ଶ୍ୟାମ ନାରାୟଣଙ୍କୁ ଦରଖାସ୍ତ ଲେଖିଥିଲେ । ହେଲେ ଏଥିପାଇଁ ହେଡ ଓ୍ବାର୍ଡେନ ଶ୍ୟାମ ଜ୍ଞାନେନ୍ଦ୍ରଙ୍କ ଠାରୁ 10 ହଜାର ଟଙ୍କାର ଲାଞ୍ଚ ମାଗିଥିଲେ । କିନ୍ତୁ ଲାଞ୍ଚ ନଦେବାକୁ ଜ୍ଞାନେନ୍ଦ୍ର ସିଧାସଳଖ ମନାକରିଦେଇଥିଲେ ଯେଉଁଥିପାଇଁ ହେଡ ଓ୍ବାର୍ଡେନ ତାଙ୍କ କଟିଥିବା ବେତନକୁ ଲାଗୁ କରିନଥିଲେ । ଏନଇ ଜ୍ଞାନେନ୍ଦ୍ର ଆଣ୍ଟି କରପସନ ଟିମ ବା ଭ୍ରଷ୍ଟାଚାର ନିବାରଣ ସଙ୍ଗଠନରେ ଏହାର ଅଭିଯୋଗ କରିଥିଲେ ।

ତେବେ ପୂର୍ବ ଯୋଜନାନୂସାରେ ଜ୍ଞାନେନ୍ଦ୍ର ଶ୍ୟାମଙ୍କୁ 10 ହଜାର ଟଙ୍କା ଦେଉଥିବାବେଳେ ଇନସ୍ପେକ୍ଟର ସୁରେନ୍ଦ୍ର ନାଥ ଦୁବେ ଓ ପୁରା ଟିମ ମିଶି ହେଡ ଓ୍ବାର୍ଡେନ ଶ୍ୟାମ ନାରାୟଣଙ୍କୁ ଗିରଫ କରିଥିଲେ । ଏହାପରେ ଘଟଣାରେ ଏକ ମାମଲା ରୁଜୁ କରି ଆଣ୍ଟି କରପସନ କୋର୍ଟରେ ହାଜର କରିଥିଲା। ଏହାପରେ ତାଙ୍କୁ ଜେଲ ପଠାଇଦିଆଯାଇଛି।

Intro:Body:

sdgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.