ପାଟନା : ବିହାରର ପୁର୍ଣ୍ଣିୟାରେ ଗ୍ୟାସ ସିଲିଣ୍ତର ଫାଟି 5 ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ସମସ୍ତ ଶିଶୁ ରହିଥିବା ସୂଚନା ମିଳିଛି । ତେବେ ଗ୍ୟାସରେ ରୋଷେଇ ଚାଲିଥିବାବେଳେ ଏହି ଅଘଟଣ ଘଟିଛି । ସୂଚନା ଅନୁସାରେ ପୁର୍ଣ୍ଣିୟାର ଗୁଆଲଗାଁଓରେ ଗ୍ୟାସରେ ରୋଷେଇ କରିବା ସମୟରେ ଗୋଟିଏ ପରିବାରର 7 ଜଣ ଜଳି ଯାଇଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କୁ ଚିକିତ୍ସା ପାଇଁ ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ 4 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ 2 ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ 5 ଶିଶୁଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖଳି ଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ