ETV Bharat / bharat

ଗଲୱାନ ବୀରଙ୍କୁ ଉତ୍ସର୍ଗୀକୃତ ବଗିଚା, 1000 ଚାରା ରୋପଣ କରିଛି ITBP - ଗଲୱାନ ବଗିଚା

ଦେଶ ମାତୃକାର ରକ୍ଷା ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ଯବାନମାନଙ୍କ ସ୍ମୃତିରେ ଏକ ବଗିଚା ସମର୍ପଣ କରିବାକୁ ଯାଉଛି ଆଇଟିବିପି । ତେବେ ଆଇଟିବିପି ପକ୍ଷରୁ ଚାରା ରୋପଣ ଅଭିଯାନ ଆରମ୍ଭ କରାଯାଇଛି ।

ଗଲୱାନ ବୀରଙ୍କୁ ଉତ୍ସର୍ଗୀକୃତ ବଗିଚା, 1000 ଚାରା ରୋପଣ କରିଛି ITBP

author img

By

Published : Dec 23, 2020, 7:03 PM IST

ଲେହ: ଭାରତ-ଚୀନ ରକ୍ତ ସଂଘର୍ଷର ସାକ୍ଷୀ ଉତ୍ତର ଲଦାଖର ଗଲୱାନ ଘାଟି । ଏହି ଘାଟି ଭାରତୀୟ ଯବାନଙ୍କ ବଳିଦାନକୁ ବି ଦେଖିଛି ଆଉ ଏମାନଙ୍କ ବୀରତ୍ବର ବି ସାକ୍ଷୀ ରହିଛି । ଦେଶ ମାତୃକାର ରକ୍ଷା ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ଯବାନମାନଙ୍କ ସ୍ମୃତିରେ ଏକ ବଗିଚା ସମର୍ପଣ କରିବାକୁ ଯାଉଛି ଆଇଟିବିପି । ତେବେ ଆଇଟିବିପି ପକ୍ଷରୁ ଏଠାରେ ଚାରା ରୋପଣ ଅଭିଯାନ ଆରମ୍ଭ କରାଯାଇଛି ।

'ଗଲୱାନର ବଳବାନ' ନାଁରେ ନାମିତ ଏହି ଅଞ୍ଚଳରେ 1000ରୁ ଊର୍ଦ୍ଧ୍ବ କ୍ଷୁଦ୍ର ଗୁଳ୍ମ ରୋପଣ କରାଯାଇସାରିଛି । ଘାଟିରେ ପ୍ରବଳ ଶୀତ ଲହରୀ ମଧ୍ୟରେ ଖୁବ ଶୀଘ୍ର ଏହି ଅଞ୍ଚଳ -30 ଡିଗ୍ରୀ ସେଲସିୟସର ଜାଡକୁ ସାମ୍ନା କରିବାକୁ ଯାଉଛି । ତେବେ ଏଠାରେ ଶହୀଦଙ୍କ ସମ୍ମାନରେ ଏକ ବଗିଚା ପ୍ରତିଷ୍ଠା ହେବ ।

ଆଇଟିବିପି ଅନୁଯାୟୀ, ଏହି ଅଞ୍ଚଳ ସର୍ବଦା ବରଫରେ ଆଚ୍ଛାଦିତ ରହୁଥିବା ବେଳେ ଏଠାରେ କୌଣସି ଗଛ ନଥିଲା । ହେଲେ ଯେଉଁ ଗଛ -30 ଡିଗ୍ରୀ ସେଲସିୟସ ତାପମାତ୍ରାରେ ବଞ୍ଚିପାରିବ, ସେହି ଗଛ ରୋପଣ ହୋଇଥିବା କୁହାଯାଇଛି ।

ଆଇଟିବିପି, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, ସୀମା ସୁରକ୍ଷା ବଳ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଇତ୍ୟାଦି ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ଆରମ୍ଭ ହୋଇଥିବା ବୃକ୍ଷରୋପଣ ଅଭିଯାନରେ ଅନ୍ତର୍ଗତ ଏହି ବଗିଚା ପ୍ରସ୍ତୁତ କରାଯାଉଥିବା ଜଣେ ଅଧିକାରୀ କହିଛନ୍ତି ।

ଆଇଟିବିପି ଅଧିକାରୀ କହିଛନ୍ତି, ଆମେ ଏକ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଛୁ ଏବଂ ଏପର୍ଯ୍ୟନ୍ତ ଆମେ ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରେ 1000ଟି ଚାରା ରୋପଣ କରିଛୁ। ଆମେ ସ୍ଥାନୀୟ ଉଦ୍ଭିଦଗୁଡିକୁ ଉଠାଇଛୁ ଯାହା ଏତେ କମ ତାମମାତ୍ରାରେ ସହଜରେ ବଞ୍ଚିପାରିବ । ଶୀଘ୍ର ଆଇଟିବିପି ଶହୀଦଙ୍କ ପାଇଁ ଉତ୍ସର୍ଗୀକୃତ ଏକ ଉଦ୍ୟାନ ସୃଷ୍ଟି କରିବ ଯେଉଁଥିରେ ସମସ୍ତ ଶହୀଦଙ୍କ ପାଇଁ ଉତ୍ସର୍ଗୀକୃତ ସ୍ଥାନ ରହିବ । ତେବେ ଚଳିତ ବର୍ଷ ପ୍ରାରମ୍ଭରେ ଘଟିଥିବା ଚୀନ ଓ ଭାରତ ସେନାଙ୍କ ସଂଘର୍ଷରେ କୌଣସି ଆଇଟିବିପି ଯବାନଙ୍କର ଶହୀଦ ହୋଇନଥିଲେ। ଏହି ଅଭିଯାନ ଆସନ୍ତା ବର୍ଷ ମଧ୍ୟ ଜାରି ରହିବ ଏବଂ ଶୀଘ୍ର ଏହି ଅଞ୍ଚଳକୁ ଅଧିକ ସବୁଜିମାରେ ପରିଣତ କରାଯିବ ବୋଲି ଜଣାପଡିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.