ETV Bharat / bharat

ଗାର୍ବେଜ କାଫେ: ଅଳିଆ ପରିବର୍ତ୍ତେ ମିଳୁଛି ମିଲ୍ - ଗାର୍ବେଜ କାଫେ

ଅଳିଆ ଦେଲେ ମିଳୁଛି ସ୍ବାଦିଷ୍ଟ ଖାଦ୍ୟ। ସେ ପୁଣି ଗରମାଗରମ ଭୋଜନ ଥାଳି। ପ୍ଲାଷ୍ଟିକ ମୁକ୍ତ ସହର ଗଠନ ଲକ୍ଷ୍ୟରେ ଏଭଳି ନିଆରା ପଦକ୍ଷେପ ଗ୍ରହଣ କରିଛି ଛତିଶଗଡ ରାଜ୍ୟର ଅମ୍ବିକାପୁର ନଗରନିଗମ। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

plastic
ଗାର୍ବେଜ କାଫେ: ଅଳିଆ ପରିବର୍ତ୍ତେ ମିଳୁଛି ମିଲ୍
author img

By

Published : Dec 18, 2019, 11:39 PM IST

Updated : Dec 19, 2019, 8:01 AM IST

ରାୟପୁର: ଅଳିଆ ଦିଅ, ପେଟପୁରା ଖାଅ । ଅଳିଆ ଦେଲେ ପେଟପୁରା ଖାଇବାକୁ ଦେଉଛି ଛତିଶଗଡର ଅମ୍ବିକାପୁର ନଗର ନିଗମ । ପ୍ଲାଷ୍ଟିକ ମୁକ୍ତ ସମାଜ ଲକ୍ଷ୍ୟରେ ଅମ୍ବିକାପୁର ନଗର ନିଗମର ନିଆରା ପଦକ୍ଷେପ। ଏଠାରେ ଖୋଲିଛି ଦେଶର ପ୍ରଥମ ‘ଅଳିଆ କାଫେ’ । ଯାହା କେବଳ ଦେଶରେ ନୁହେଁ ସାରା ବିଶ୍ବରୁ ସାଉଁଟୁଛି ପ୍ରଶଂସା।

ଗତ ଅକ୍ଟୋବର 9ରୁ ଖୋଲିଛି ଏହି ନିଆରା କାଫେ । ଏକ କିଲୋ ଆବର୍ଜନା ବଦଳରେ ନଗର ନିଗମ ପ୍ରଦାନ କରୁଛି ଖାଇବା ଥାଳି । ଯେ କୌଣସି ବ୍ୟକ୍ତି ଚାହିଁଲେ ଅଳିଆ ଦେଇ ଖାଇବାର ସୁଯୋଗ ନେଇ ପାରିବେ। ଏଏମସିର ଏହି ପଦକ୍ଷେପ ଯୋଗୁଁ ପ୍ରତିଦିନ 10ରୁ 20 କିଲୋ ଆବର୍ଜନା ସଂଗୃହୀତ ହୋଇପାରୁଛି।

ଗାର୍ବେଜ କାଫେ: ଅଳିଆ ପରିବର୍ତ୍ତେ ମିଳୁଛି ମିଲ୍

ପରେ କାଫେରୁ ଅଳିଆ ଗୁଡିକୁ ସାନିଟାରି ପାର୍କ ନିଆଯାଏ । ସେଠାରେ ଅଳିଆକୁ ପୁନଃଚକ୍ରଣ କରି ତାହାକୁ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଏ । ବଡକଥା ହେଉଛି ଅଳିଆ କାଫେକୁ ପରିଚାଳିତ କରୁଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀ । ଏହା ଦ୍ବାରା ମହିଳା ନିଯୁକ୍ତି ପାଇବା ସହ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ମଧ୍ୟ ହୋଇ ପାରୁଛନ୍ତି। ଅନ୍ୟପଟେ ଘଟଣାର ବାସ୍ତବତା ଜାଣିବା ପାଇଁ କାଫେରେ ପହଞ୍ଚିଥିଲା ଇଟିଭି ଭାରତ ଟିମ୍ । ସେଠି ଆମେ ଦେଖିବାକୁ ପାଇଲୁ ସୁଆଦିଆ ଭୋଜନ ପାଇଁ ସ୍ଥାନୀୟ ପିଲା ବସ୍ତା ବସ୍ତା ଅଳିଆ ନେଇ ପହଞ୍ଚି ଯାଉଛନ୍ତି କାଫେରେ। ଏହି କାଫେ କେବଳ ଭୋକିଲା ନୁହେଁ ସମସ୍ତଙ୍କ ପାଇଁ ଖୋଲା ରହିଛି।

ସତରେ ପ୍ଲାଷ୍ଟିକ ମୁକ୍ତ ସମାଜ ପାଇଁ ନଗର ନିଗମର ଏହି ପଦକ୍ଷେପ କେତେକାଂଶରେ ସଫଳ ମଧ୍ୟ ହୋଇଛି। ଏହି ନିଆରା ପଦକ୍ଷେପ ପଛରେ ବ୍ୟବସାୟୀଙ୍କ ଠାରୁ ଜରି ଗୋଟାଳିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଯୋଗଦାନ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Dec 19, 2019, 8:01 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.