ଲକ୍ଷ୍ନୌ: ଉତ୍ତରପ୍ରଦେଶର ସମଭାଲ ପୋଲିସ ସେଷ୍ଟନରେ ଜଣେ ଗ୍ୟାଙ୍ଗଷ୍ଟାର ରବିବାର ଏକ ପ୍ଲାକାର୍ଡ ସହ ଆତ୍ମସର୍ମପଣ କରିଛି । ସେ ପୋଲିସକୁ ଡରିବା ସହ ତାକୁ ନ ମାରିବାକୁ ଅନୁରୋଧ କରିଛି ।
ତା ନାଁ ନାଏମ ବୋଲି ଜଣାପଡିଛି । ପୂର୍ବରୁ ହୋଇଥିବା ଏକ ଏନକାଉଣ୍ଟରରେ ତାକୁ ଗୁଳି ହୋଇନଥିବା କହିବା ସହ ସେ ନିଜର ଦୋଷ ସ୍ବାକାର କରିଛି। ନାଏମ ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହୋଇଥିବା ସହ ତା ମୁଣ୍ଡପିଛା 15,000 ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।
ଦୋଷୀଙ୍କ ଏପରି ଆତ୍ମସର୍ମପଣ ଘଟଣା ରାଜ୍ୟରେ ପ୍ରଥମ ନୁହେଁ । ପୂର୍ବରୁ ଆମରୋହ ଓ କାନପୁରରେ ମଧ୍ୟ୍ୟ ଏପରି ହୋଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । କେବଳ ଏତିକି ନୁହେଁ ନିଜ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ସାମ୍ବାଦିକଙ୍କୁ ଗ୍ୟାଙ୍ଗଷ୍ଟାରମାନେ ସାଙ୍ଗରେ ଆଣିଥାନ୍ତି । କାନପୁରର ବିକୁ ଘଟଣାରେ ମଧ୍ୟ ଛ'ଜଣ ଦୋଷୀ ପ୍ଲାକାର୍ଡ ବ୍ୟବହାର କରି ଆତ୍ମସମର୍ପଣ କରିଥିଲେ ।